ନିଆରା ମଣିଷ ଦିବ୍ୟଜ୍ୟୋତି

ଭଣ୍ଡାରୀପୋଖରୀ: ଆଜି କାଲିର ଦୁନିଆରେ ସମସ୍ତେ ଚାକିରୀ କରିବାକୁ ମନ ବଳାଇ ଥାନ୍ତି । କିନ୍ତୁ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହୁଛୁ ଯିଏ ଚାକିରୀ ଛାଡି କରୁଛନ୍ତି ଚାଷ । ସେ ଦୀର୍ଘ ୧୨ ବର୍ଷ ଧରି ରାଜଧାନୀରେ ପାଠ ପଢ଼ି ଶେଷ କରିଥିଲେ । କିନ୍ତୁ ଏବେ ସେ ନିଜ ଗ୍ରାମରେ ୧୦ଏକର ଚାଷଜମିରେ କରୁଛନ୍ତି ଚାଷ । ତେବେ ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ମନୋହରପୁର ଗ୍ରାମର ଦିବ୍ୟଜ୍ୟୋତି ମହାପାତ୍ର ।

ସମସ୍ତେ ଶିକ୍ଷିତ ହୋଇ ଏକ ଚାକିରୀ କରିବାକୁ ମନ ବଳାଇ ଥାନ୍ତି । କିନ୍ତୁ ଆଜି ଆପାଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ସମ୍ପର୍କରେ କହୁଛୁ ଯିଏ ଉଚଶିକ୍ଷିତ ହୋଇ ମଧ୍ୟ ମନ ବଳାଇଛନ୍ତି ଚାଷ ପାଇଁ । ସେ ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ମନୋହରପୁର ଗ୍ରାମର ଦିବ୍ୟଜ୍ୟୋତି ମହାପାତ୍ର । ସେ ୧୨ ବର୍ଷ ଧରି ରାଜଧାନୀରେ ଏମକମ ସହିତ ଏମବିଏ ଓ ଅନ୍ୟାନ୍ୟ ଉଚ୍ଚ ଡିଗ୍ରୀ ହାସଲ କରିଥିଲେ । ୨୦୨୦ ମସିହାରେ ଏକ କଲେଜରୁ ଅଧ୍ୟାପକ ଚାକିରୀ ଛାଡି କୃଷି ଭିତ୍ତିକ ଉଦ୍ୟୋଗରେ ମନ ନିବେଶ କରିଛନ୍ତି। ପରେ ଗାଁ ରେ ଥିବା ୧୦ଏକର ଚାଷଜମିରେ ବହୁମୁଖୀ ଧାନ ଚାଷ କରୁଥିବା ବେଳେ ଦୁଇ ଗୋଟି ପୋଖରୀରେ ବିଭିନ୍ନ କିସମର ମାଛ ଚାଷ ମଧ୍ୟ କରୁଛନ୍ତି ଏହାଛଡା ଉଦ୍ୟାନ କୃଷି ଠାରୁ ପରାମର୍ଶ ନେଇ ପନିପରିବା ଚାଷ ମଧ୍ୟ କରିଛନ୍ତି। ଏହା ସହ ବିଭିନ୍ନ ସମୟରେ କୃଷି ବିଭାଗ ଠାରୁ ସେ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ ।

ତେବେ ଦିବ୍ୟଜ୍ୟୋତି ନିଜ ପ୍ରଚେଷ୍ଟାରେ କୃଷି ଭିତ୍ତିକ ଶ୍ରୀ ଆଗ୍ରୋ ଫାର୍ମ ଖୋଲିଥିବା ବେଳେ ସେଥିରେ ସ୍ଥାନୀୟ ଚାଷୀ ମାନ ଙ୍କୁ ରିହାତି ମୂଲ୍ୟରେ ଉନ୍ନତ କିଶମର ବିହନ, ରାସାୟନିକ ତଥା ଜୈବିକ ସାର ଓ କୀଟନାଶକ ଔଷଧ ମଧ୍ୟ ଯୋଗାଉଛନ୍ତି। ନୂଆ ଆଶା ଓ ଆକାଂକ୍ଷାକୁ ପଥକରି ଦିବ୍ୟଜ୍ୟୋତି କୃଷି କ୍ଷେତ୍ରରେ ମନନିବେଶ କରିବା ସହିତ ନିଜେ ଆତ୍ମ ନିର୍ଭରଶୀଳ ମଧ୍ୟ ହୋଇ ପାରିଛନ୍ତି। ଏହା ସହ  ନିଜ କୃଷି କ୍ଷେତ୍ରରେ ଛଅ ଜଣ ଙ୍କୁ ମଧ୍ୟ କର୍ମ ସଂସ୍ଥାନ ଯୋଗାଇ ଦେଇଛନ୍ତି।

ଏମିତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ଙ୍କ ର କୃଷି କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ଉଦ୍ଧାହରଣ ସୃଷ୍ଟି କରିଛି ।

ସତ୍ୟ ବ୍ରତ ପ୍ରଧାନ ଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *