ଭୁବନେଶ୍ୱର: ବିଜେଡି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ। ସବୁ ବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହେଉଛି। ପଦଯାତ୍ରାକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକରେ ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ନବୀନ। ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବାକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି। ଚଳିତ ବର୍ଷ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ। ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପଦଯାତ୍ରା ସମୟରେ ଏ ପ୍ରତି ଉପଯୁକ୍ତ ଫୋକଶ କରାଯିବ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ବିଜୁ ଜନତା ଦଳ ତିଆରି ସମୟରେ ଶୂନ୍ୟତା ଥିଲା। ନବୀନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିଛି ପଛକୁ ଫେରିନି। ଆର୍ଥିକ ସମସ୍ୟା, ସାଧନ ଭିତରେ ଦଳ ଆଗକୁ ବଢ଼ିଛି। ମିଶନଶକ୍ତି ଆନ୍ଦୋଳନର ପରି କଳ୍ପନା କରାଯାଇଛି। ବିଭିନ୍ନ ସମୟରେ ସ୍ଵତନ୍ତ୍ର ଫୋକାସ ପାଇଁ ଦାବି ଉଠିଛି। ସଂଘୀୟ ବ୍ୟବସ୍ଥାରେ ଆବଶ୍ୟକତା ଠିକ୍ ସମୟରେ ଉପଲବ୍ଧ ହେବା ଆବଶ୍ୟକ। ଚାଷୀର ଆୟ ୩ ଗୁଣା ପାଇଁ ଆହ୍ୱାନ କରିଛନ୍ତି। 5T ଷ୍ଟାର୍ଟ ଆପ, ସ୍ୱାସ୍ଥ୍ୟ ଯୋଜନା, ପ୍ରାକୃତିକ ବିପର୍ଯ୍ୟୟ, ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ସରକାର ସଫଳ ହୋଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ରୀୟ ଅନୁଦାନ କମିଛି। ରାଜ୍ୟ ସରକାର ବିକାଶ ପାଇ ଆଗକୁ ବଢୁଥିବା ବେଳେ ସଠିକ୍ ସମୟରେ କେନ୍ଦ୍ରୀୟ ସହଯୋଗ ମିଳୁନି। 45 ପ୍ରତିଶତ ଭୋଟରୁ ବର୍ତ୍ତମାନ 52 ପ୍ରତିଶତ ଭୋଟର ପହଞ୍ଚିଛି। ଏହାକୁ କାୟମ ରଖିବାକୁ ଆହ୍ବାନ କରିଛନ୍ତି ଦେବୀ ମିଶ୍ର। ବିଜୁ ଜନତା ଦଳ କିପରି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ତାହାର ତଥ୍ୟ ରଖିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ରାଜନୈତିକ କ୍ଷେତରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି। 55 ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ ହୋଇଛନ୍ତି। ସେପଟେ ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପି ଚାଲିବ ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ଏଥିପାଇଁ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆରେ ରଣନୀତି ପ୍ରସ୍ତୁତ କରିବ ଦଳ। ଏଥିପାଇଁ ଆଜି ଓ 30 ତାରିଖ ରେ ବରମୁଣ୍ଡା ପଡିଆରେ ସମ୍ମିଳନୀ ବିଜେଡିର ସମ୍ମିଳନୀ ଚାଲିବ। ସକାଳ 9 ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now