ନୂଆଦିଲ୍ଲୀ: ଆଜିଠୁ ଦେଶରେ ୫ଜି ସେବାର ଶୁଭାରମ୍ଭ ହୋଇଛି। ପ୍ରଗତି ମୈଦାନରୁ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ୫ଜି ପ୍ରଗତି ଆଣିବ, ଟେଲିକମ ଡିଜିଟାଲ ଇଣ୍ଡିଆର ଗେଟଓ୍ୱେ ହୋଇସାରିଛି। ଏହା ସହ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେପଟେ ୫ଜି ସେବା ଉପଲବ୍ଧ କରାଇବାକୁ ବିଭିନ୍ନ ଟେଲିକମ କମ୍ପାନୀ ବି ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି।
ପ୍ରଗତି ମୈଦାନରୁ ନୂଆ ପ୍ରଯୁକ୍ତି ଯୁଗର ଆରମ୍ଭ ହେଲା ଭାରତରେ। ପ୍ରଧାନମନ୍ତ୍ରୀ ଦେଶରେ ୫ଜି ସେବା ଶୁଭାରମ୍ଭ ପରେ ଏହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହା ଦେଶର ପ୍ରଗତି ଆଣିବ ବୋଲି କହିଛନ୍ତି ଟେଲିକମ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଟେଲିକମ ଡିଜିଟାଲ ଇଣ୍ଡିଆର ଗେଟଓ୍ୱେରେ ପରିଣତ ହୋଇସାରିଛି ବୋଲି କହିଛନ୍ତି ବୈଷ୍ଣବ। ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ମନ୍ତ୍ରୀ। ୫ଜି ର ସ୍ୱଦେଶୀ କ୍ରାନ୍ତି ଆରମ୍ଭ ହୋଇଛି।
ସେପଟେ ଏହି ଯୁଗାନ୍ତକାରୀ ସ୍ୱଦେଶୀ କ୍ରାନ୍ତିରେ ସାମିଲ୍ ହୋଇଥିବା କମ୍ପାନୀ ବି ଏହି ସେବା ଯୋଗାଇବାରେ ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରିବେ ବୋଲି କହିଛନ୍ତି। ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ କହିଛନ୍ତି କି, ଦେଶ ଏବେ ଟେଲିକମ ସେକ୍ଟରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହୋଇସାରିଛି। ଇଣ୍ଡିଆନ ମୋବାଇଲ କଂଗ୍ରେସ ଏବେ ଏସିଆନ୍ ମୋବାଇଲ କଂଗ୍ରେସ ଓ ଗ୍ଲୋବାଲ୍ ମୋବାଇଲ କଂଗ୍ରେସ ହେବାକୁ ଯାଉଛି। ପରବର୍ତ୍ତୀ ପୀଢ଼ି ନୂଆ ଟେକ୍ନୋଲୋଜି ସହ ଯୋଡ଼ିହେବ। ଭାରତୀ ଏୟାରଟେଲ୍ ଅଧ୍ୟକ୍ଷ କହିଛନ୍ତି କି, ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ୫ଜିର ଶୁଭାରମ୍ଭ ଦେଶକୁ ନୂଆ ସଚେତନତାର ଶକ୍ତି ଦେଇଛି। ବିର୍ଲା ଗ୍ରୁପ ଅଧ୍ୟକ୍ଷ କହିଛନ୍ତି, ଟେଲିକମ ଶିଳ୍ପ ୧.୩ ବିଲିଅନ ଭାରତବାସୀ ଓ ହଜାର ହଜାର ଉଦ୍ୟୋଗୀଙ୍କ ଡିଜିଟାଲ ସ୍ୱପ୍ନ ପୂରଣ କରିବାକୁ ଯାଉଛି। ଆସନ୍ତା ୩ ବର୍ଷ ଭିତରେ ଦେଶକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତି ଯୋଗାଇବାରେ ଏହା ସହାୟକ ସାଜିବ।
୫ଜି ସେବା ଦେଶରେ ଆରମ୍ଭ ହୋଇଛି। ଆଜି ୧୩ ଟି ସହରରେ ଏହି ସେବା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ ବର୍ଷ ଭିତରେ ଏହି ସେବା ସାରା ଦେଶରେ ପହଞ୍ଚିବ।
ପ୍ରଦୀପ ନାୟକଙ୍କ ରିପୋର୍ଟ
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now