ଆରପାରିରେ ପଦ୍ମପୁର ବିଧାୟକ

ବରଗଡ: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ। ୬୫ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ ବିଜୟ ରଂଜନ ସିଂ ବରିହା। ବିଜେଡି ସରକାରରେ ମଧ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୦-୨୦୦୦ ଯାଏଁ ଜନତା ଦଳରୁ ବିଧାୟକ ଥିଲେ। ୨୦୦୦-୦୪, ୨୦୦୯-୧୪ ବିଜେଡିରୁ ନିର୍ବାଚନ ଜିତିଥିଲେ। ପୁଣି ୨୦୧୯ରେ ମଧ୍ୟ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ବରଗଡ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେପଟେ ବିଜେୟ ରଂଜନ ସିଂହ ବରିହାଙ୍କ ପରଲୋକରେ ଟ୍ବିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ଜନ ପ୍ରତିନିଧି ଭାବେ କରିଥିବା କାମ ପାଇଁ ସ୍ମରଣୀୟ ରହିବେ। ଶୋକ ସନ୍ତପ୍ତ ପରିବାର ପ୍ରତି ସମାବେଦନା ଜଣାଇଛନ୍ତି  ନବୀନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *