4ଜଣ ଭାରତୀୟଙ୍କୁ ଅପହରଣ

ନୂଆଦିଲ୍ଲୀ: ଆମେରିକା କାର୍ଲିଫର୍ନିଆରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାର୍ଲିଫର୍ନିଆର ମର୍ସିଡ କାଉଣ୍ଟିରେ ରହୁଥିବା 4ଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି। ଏହି ଘଟଣାରେ 8ମାସର ଏକ ଶିଶୁ ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ଶୁଦ୍ଧା ଅପହରଣକାରୀଙ୍କ କୌଣସି ପତ୍ତା ମିଳିପାରିନାହିଁ। ଘଟଣାକୁ ନେଇ ପୋଲିସ ସାଧାରଣ ଲୋକଙ୍କୁ ସର୍ତକ ରହିବା ପାଇଁ ନିର୍ଦ୍ଦେଶ ଦେଇଛି।

ଅପହରଣ ହୋଇଥିବା ଭାରତୀୟ ହେଉଛନ୍ତି 36 ବର୍ଷିୟ ଜସଦୀପ ସିଂ, 27 ବର୍ଷିୟ ଜସଲିନ୍ କୌର, ସେମାନଙ୍କର ଆଠମାସର ଝିଅ ଆରୁହି ଏବଂ 39 ବର୍ଷିୟ ଅମରଦୀପ ସିଂ ବୋଲି ସୂଚନା ମିଳିଛି। ଅପହରଣ  କରିଥିବା ସନ୍ଦିଗ୍ଧମାନେ ଭୟଙ୍କର ହୋଇଥିବା ନେଇ ପୋଲିସ ସୂଚନା ଦେଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମାମଲାର ଅଧିକ ସୂଚନା ମିଳିପାରି ନାହିଁ। କିନ୍ତୁ ପ୍ରଶାସନ କହିଛି ଯେ, ସାଉଥ୍ ବାଇୱେ 59ର 800 ବ୍ଲକରୁ 4ଜଣଙ୍କୁ ଜବରଦସ୍ତ ଅପହରଣ କରାଯାଇଛି।   

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *