ଅଜଣା ରୋଗ ଆତଙ୍କ

Spread the love

ନବରଙ୍ଗପୁର: ନବରଙ୍ଗପୁର ତେନ୍ତୁଳୀଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗାଁରେ ଅଜଣା ରୋଗ ଆତଙ୍କ। ଗାଁ ରେ ଅଜଣା ରୋଗରେ ଗତ ୧୨ ଦିନ ମଧ୍ୟରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି।। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନଥିବାବେଳେ ମେଡ଼ିକାଲ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଗାଁ ରେ ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ରହିଥିବାବେଳେ ଅଧିକାଂଶ ଲୋକ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି। ଗାଁରେ ଚାରିଆଡେ ଦେଶୀମଦ ବିକ୍ରି ହେଉଥିବା ବେଳେ ଦେଶୀମଦ ପୁଡ଼ିଆ ସବୁ ପଡିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *