ଲେଡି ବ୍ଲାକମେଲରଙ୍କ କାରବାର ତଲାସୁଛି ପୁଲିସ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗ ଚାନ୍ଦର କଳାସାମ୍ରାଜ୍ୟର ଚେର କେତେ ଦୂର ଲମ୍ୱିଛି? ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି? କେଉଁ କେଉଁ ବ୍ୟକ୍ତି ସେମାନଙ୍କ ଦ୍ୱାରା ବ୍ଲାକମେଲର ଶିକାର ହୋଇଛନ୍ତି ଏ ତମାମ ଦିଗକୁ ନେଇ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ। ଏହାସହ ଅର୍ଥ କାରବାର ସମ୍ପର୍କିତ ତଥ୍ୟ ପାଇଁ ଆରବିଆଇକୁ ଚିଠି ଲେଖାଯାଇଥିବା ନେଇ କହିଛନ୍ତି ଡିସିପି ପ୍ରତୀକ ସିଂ। ସେପଟେ ପୋଲିସର ତଦନ୍ତ ଶୈଳୀକୁ ନେଇ ବର୍ଷିଛି ବିଜେପି।

ଫିଟୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଚାନ୍ଦର ଗୁମର। ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ହଟୁଛି। କଳାହାଣ୍ଡିରୁ ଆସି ରାଜଧାନୀରେ କଳାସାମ୍ରାଜ୍ୟର ବିସ୍ତାର କରିଥିଲେ ଯୁବତୀ ଜଣକ। ପ୍ରଥମେ ହନିଟ୍ରାପ, ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକର୍ଡ। ଆଉ ତାପରେ ଭାଇରାଲ କରିବାର ଧମକ ଦେଇ ଲୁଟୁଥିଲେ ପୁଳା ପୁଳା ଟଙ୍କା। ସ୍କାନରରେ ଥିଲେ ହାଇପ୍ରୋଫାଇଲ ବ୍ୟକ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲିପ୍ତ କରାଉଥିବା ଭଳି ଅଭିଯୋଗ ବି ରହିଛି ଅର୍ଚ୍ଚନାଙ୍କ ନାଁରେ। ଶନିବାର ଡିଲ ବେଳର ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଜି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଅର୍ଚ୍ଚନାଙ୍କ ଗତ ୫ ବର୍ଷର ବ୍ୟାଙ୍କ କାରବାର ସମ୍ପର୍କୀତ ତଥ୍ୟ ପାଇଁ ଆରବିଆଇକୁ ଚିଠି ଲେଖିଛି କମିଶନରେଟ ପୋଲିସ ।

ଅର୍ଚ୍ଚନାର ସ୍ୱାମୀଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିବା କହିଛନ୍ତି ଡିସିପି। ଖାଲି ସେତିକି ନୁହେଁ, ଗତ ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ହୋଇଥିବା ଏତଲା ଆଧାରରେ ବି ଖୋଳତାଡ କରୁଛି ପୋଲିସ। ସେପଟେ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଲାଣି। ଯାହାକୁ ନେଇ ରାଜ୍ୟ ପୋଲିସର କାର୍ଯ୍ୟଶୈଳୀ ଉପରେ ବର୍ଷିଛି ବିଜେପି।  ରାଜ୍ୟରେ ପୋଲିସ ସବୁ କଥାରେ ନିଷ୍କ୍ରିୟ | ପୋଲିସ କେବଳ ପଲିଟିକାଲ ବସଙ୍କ କଥା ଅନୁସାରେ କାମ କରେ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର

ଏହି ରାକେଟର ଚେର କେତେ ଦୂର ଲମ୍ୱିଛି ଏବଂ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହାକୁ ଖୋଜିବା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି….

ସ୍ୱରୂପା ମହାପାତ୍ର ଓ ନବକିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *