ଅମିତାଭ ବଚ୍ଚନଙ୍କ 80ତମ ଜନ୍ମଦିନ

ମୁମ୍ୱାଇ: ସିନେମାରେ ତାଙ୍କର ଗୋଟିଏ ଝଲକ ହିଁ କାଫି। ଡାଇଲଗ୍ ଯାହା ବର୍ଷ ବର୍ଷ ଧରି ଦିୱାନା କରିଛି ଅନେକଙ୍କୁ। ୫ ଦଶନ୍ଧୀ ଧରି ଭାରତୀୟ ସିନେମାର ସେହେନସା ଅମିତାଭ ବଚ୍ଚନ। ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ। ଭାରତର ଫିଲ୍ମ ଜଗତର ମହାନାୟ ଅମିତାଭ ବଚ୍ଚନ। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର, ସୁପରଷ୍ଟାର ଏବଂ ମାଘାଷ୍ଟାର ଅନେକ ରହିଥାନ୍ତି। କିନ୍ତୁ ମହାନାୟ ଜଣେ ହିଁ ଅଛନ୍ତି ଅମିତାଭ ବଚ୍ଚନ। ସେ ଫିଲ୍ମ ଇଣ୍ଡ୍ରଷ୍ଟ୍ରିର ଏକ ମାତ୍ର ମହାନାୟକ ଯିଏ କି ୮୦ ବର୍ଷ ବୟସରେ ମଧ୍ୟ ଲଗାତାର ଫିଲ୍ମ ଏବଂ ଟିଭି ସୋ କରିଚାଲିଛନ୍ତି। ଆଜି ବଗ୍ ବି ଙ୍କ ଜନ୍ମଦିନ ଅବସରରେ ବିଶ୍ୱର କୋଣ ଓ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଗ୍ ବି ଜନ୍ମ ଗ୍ରହଣ କରିଥିଲେ। ୨୭ ବର୍ଷ ବୟସରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ଏହାପରେ  ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ଲୋକଙ୍କ ହୃଦୟରେ ନିଜର ଜାଗା ବନାଇପାରିଥିଲେ। ସେହେନ୍ସା, ବିଗ୍ ବି, ମହାନାୟକ ନାମରେ ଅମିତଭା ବଚ୍ଚନ ବେଶ୍ ପରିଚିତ। ଯେତେବେଳେ ସେ ସ୍କ୍ରିନକୁ ଆସଥାନ୍ତି ଧମାଲ୍ ମଚେଇଥାନ୍ତି। ଆଜି ବି ଲୋକମାନେ ଅମିତାଭଙ୍କ ଫିଲ୍ମ ଦେଖିବାକୁ ଚାହିଁ ରହିଥାନ୍ତି। ତାଙ୍କର କ୍ରେଜ୍‌ ଆଜିବି ଦେଖିବାକୁ ମିଳିଥାଏ।

ସେପଟେ ଜାଲସା ସ୍ଥିତ ଅମିତାଭଙ୍କ ବାସ ଭବନରେ ବିଳମ୍ୱିତ ରାତିରେ ଶତାଧିକ ଲୋକ ଏକାଠି ହୋଇଥିଲେ। କେତେଙ୍କ ହାତରେ କେକ୍, ବ୍ୟାନର, ଫୁଲତୋଡା ରହିଥିଲା। ବିଗ୍ ବି ବାସଭବନ ବାହାରକୁ ଆସିଛି ଫ୍ୟାନ୍ସମାନଙ୍କୁ ଦେଖାଦେଇଥିଲେ। ଏହାସହ ସମସ୍ତ ଫ୍ୟାନ୍ସମାନେ ଗୀତ ଗାଇ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଫ୍ୟାନ୍ସମାନେ ବିଗ୍ ବିଙ୍କୁ ପାଖରେ ପାଇ ଆନନ୍ଦରେ ନାଚି ଉଠିଥିଲେ।

ସେପଟେ ବିଗ୍ ବିଙ୍କ ଜନ୍ମଦିନ ଅବସରରେ ଟ୍ୱୁଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଷ୍ଟାର, ସୁପରଷ୍ଟାର ଏବଂ ବରିଷ୍ଠ ନାଗରିକ। ଏହି ଅବସରରେ ଅମିତାଭ ବଚ୍ଚନଙ୍କ ଦୀର୍ଘ ଆୟୁ ଏବଂ ସୁସ୍ଥତା କାମନା କରିଛନ୍ତି ପ୍ରଶଂସକମାନେ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *