ରାୟପୁର: ଛତିଶଗଡର ଏକ ହସ୍ପିଟାଲ ଭିତରେ ନର୍ସଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୪ ଜଣ ନର୍ସଙ୍କୁ ହସ୍ପିଟାଲରେ ଏକାକୀ ପାଇ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ସାମିଲ । ଅଭିଯୋ ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଛତିଶଗଡ ମନେନ୍ଦ୍ରଗଡ ଜିଲ୍ଲାର ଚିରିମିରିରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟାହ୍ଣ ବେଳେ ପୀଡିତା ନର୍ସ ଏକାକୀ ଥିଲେ। ହସ୍ପିଟାଲରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପସି ପୀଡିତାଙ୍କୁ ବାନ୍ଧି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଗଣ ଦୁଷ୍କର୍ମର ଭିଡିଓ କରି ଅଭିଯୁକ୍ତମାନେ ପୀଡିତାଙ୍କୁ ଚୁପ ରହିବାକୁ ଧମକ ଚକମ ଦେଇଥିଲେ।
ହେଲେ ପୀଡିତା ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏହା ପରେ ଥାନାରେ ଏଫ୍ଆରଆର୍ ରୁଜୁ କରିଥିଲେ ପରିବାରବର୍ଗ। ଅଭିଯୋଗକୁ ଆଧାର କରି ପୁଲିସ ଜଣେ ନାବାଳକ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ଅଭିଯୁକ୍ତକୁ ପୁଲିସ ଧରିବା ପାଇଁ ଚେଷ୍ଟା ଚଲାଇଛି।
ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now