କିଛି ଘଣ୍ଟା ପରେ ପୁନଃ କାର୍ଯ୍ୟକ୍ଷମ ହ୍ବାଟ୍ସଆପ

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟାହ୍ନରେ ହଠାତ୍ ଠପ ହୋଇଗଲା ହ୍ବାଟ୍ସଆପ। ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର ହ୍ବାଟ୍ସଆପ ୟୁଜର  ହ୍ବାଟ୍ସଆପରେ ମେସେଜ ସେଣ୍ଡ ବା ରିସିଭ ହେଉନଥିବା ନେଇ ରିପୋର୍ଟ କରିଥିଲେ। ତେବେ କିଛି ଘଣ୍ଟା ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପୁନଃ କାର୍ଯ୍ୟକ୍ଷମ ହୋଇଛି।

ଭାରତୀୟ ସମୟ ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ହ୍ବାଟ୍ସଆପ ସେବା ଠପ ହୋଇଯାଇଥିଲା। ଏନେଇ କମ୍ପାନୀକୁ ଅଭିଯୋଗ କରାଯିବାରୁ ହ୍ବାଟ୍ସଆପର ପ୍ୟାରେଣ୍ଟ କମ୍ପନୀ ମେଟା ପକ୍ଷରୁ ସେନା ପୁନଃ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଜାରି ରହିଥିବା କୁହାଯାଇଥିଲା।

ମେଟା ପକ୍ଷରୁ ୟୁଜରମାନଙ୍କ ଅବଗତି ନିମନ୍ତେ ସୂଚନା ଜାରି କରି କୁହାଯାଇଥିଲା କି, ଆମେ ଲୋକଙ୍କ ହ୍ବାଟ୍ସଆପରେ ମେସେଜ ପଠାଇବା ବା ପାଇବାରେ ହେଉଥିବା ବ୍ୟାଘତ ସମ୍ପର୍କରେ ଅବଗତ ଅଛୁ। ଖୁବ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା କାର୍ଯ୍ୟ ଚାଲିଛି। ସେପଟେ ଡାଉନଡିଟେକ୍ଟର ପକ୍ଷରୁ କୁହାଯାଇଛି କି, ଏସିଆର ଜାପାନ, ମାଲେସିଆ ପରି କିଛି ଅଂଶ ସହ ଆମେରିକା, ୟୁରୋପର କିଛି ଅଞ୍ଚଳ, କାନାଡା ପରି   ରାଷ୍ଟ୍ରରେ ସେବା ବ୍ୟାହତ ହୋଇଥିଲା।

ଡାଉନଡିଟେକ୍ଟର ଆହୁରି  ସୂଚନା ଦେଇଛି କି, ବିଶ୍ବର ୮୯ ପ୍ରତିଶତ ହ୍ବାଟ୍ସଆପ ୟୁଜର ଏହା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଭାରତର ବିଭିନ୍ନ ପ୍ରାନ୍ତରୁ ୩୦ ହଜାରରୁ ଅଧିକ ଲୋକ ସେବା ବ୍ୟାହତି ନେଇ ରିପୋର୍ଟ କରିଛନ୍ତି। ୨୫ ପ୍ରତିଶତ କହିଛନ୍ତି କି, ସେମାନଙ୍କର ବିଭିନ୍ନ ସମସ୍ୟା ରହିଛି।

ଡାଉନଡିଟେକ୍ଟର ସାଧାରଣତଃ ତାର ୱେବସାଇଟରେ ହେଉଥିବା ରିପୋର୍ଟ ଉପରେ ନଜର ରଖିଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *