କେଜିଆଇରେ ୨୦୨୨ର ୩ ଦିନିଆ ଓରିଏନଟେଶନ ପ୍ରୋଗ୍ରାମ

ଭୁବନେଶ୍ବର: କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନରେ ୨୦୨୨ର ୩ ଦିନିଆ ଓରିଏନଟେଶନ ପ୍ରୋଗ୍ରାମ ଗୁରୁବାର ଆୟୋଜିତ ହୋଇଯାଇଛି l ଏହି ପ୍ରୋଗ୍ରାମ Btech, mtech, mba ଓ mca ଡିପାଟମେଣ୍ଟର ଶିକ୍ଷାର୍ଥୀଙ୍କ ପାଇଁ ଆୟୋଜିତ ହେଉଛି l

କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ରେ  ଆରମ୍ଭ ହୋଇଛି ବର୍ଷ ୨୦୨୨ର ଓରିଏଣ୍ଟେସନ ପ୍ରୋଗ୍ରାମ। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ପ୍ରଥମ ଦିନରେ ଆଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ନିଜର ଆଗାମୀ ଭବିଷ୍ୟତକୁ ନେଇ ପିଲାମାନେ ବେଶ ଆଶାବାଦୀ ଥିବା କହିଛନ୍ତି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ଛାତ୍ରଛାତ୍ରୀଙ୍କ ନିଜ ଅନ୍ତର୍ନିହିତ ଗୁଣରକୁ ଚିହ୍ନିବା ସହ ନିଜର ସାମାଜିକ ଜ୍ଞାନ କୌଶଳର ବିକୋଶ ପାଇଁ ଶେଷ ଦିନରେ କଲଚରାଲ କ୍ଳବ୍, ସୋସିଆଲ କ୍ଲବ ଓ ଇକୋ କ୍ଳବ ଭଳି ବିଭିନ୍ନ କ୍ଲବରେ ସାମିଲ କରାଯିବ।

୧୯୯୯ ମସିହାରୁ ଆରମ୍ଭ ହୋଇଥିବା କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ଏହାର ସଫଳ ଯାତ୍ରା ସହ ଆଗକୁ ବଢ଼ି ଚାଲିଛି।ଏହା ସଦା ସର୍ବଦା  ନିଜର ଉତ୍ତମ ଶୈଳୀ ଓ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ତଥା ଏହାର ସୁନ୍ଦର ପରିବେଶ ପାଇଁ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟି ଆସିଛି। କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ହେଉଛି ଏକ ମଣିଷ ତିଆରି କାରଖାନା l ଏହା ସବୁବେଳେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ଗୁରୁତ୍ଵ ଦେବା ସହ କିପରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଇଆସିଛି। ଆଜି ପ୍ରଥମ ଦିନରେ କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ ର କାର୍ଯନିର୍ବାହୀ ନିର୍ଦ୍ଦେଶକ କୌସ୍ତ୍ବବ ମଲ୍ଲିକ ଓ ବିଭିନ୍ନ ବିଭାଗର HOD ମାନେ ପିଲାମାନଙ୍କୁ ଉଦବୋଧନ ଦେବା ସହ ଗୁରୁମନ୍ତ୍ର ଦେଇଛନ୍ତି।

 ଅନ୍ୟପଟେ କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନରେ ପଢ଼ିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ମାନେ  ଖୁସିବ୍ୟକ୍ତ କରିବା ସହ  ଜୀବନରେ କିଭଳି  ଆଗକୁ ବଢ଼ିପାରିବେ ଓ କୌସ୍ତବ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ନାମ ଆଗକୁ ବଢାଇ ପାରିବେ ସେ ନେଇ ନିଜର ଶତପ୍ରତିଶତ ଚେଷ୍ଟା କରିବେ ବୋଲି କହିଛନ୍ତି l

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *