ଟିଡିପି ନେତାଙ୍କୁ ଆକ୍ରମଣ

ଅମରାବତୀ: ତେଲୁଗୁଦେଶମ ପାର୍ଟି ନେତା ପୋଲନାଟି ଶେଷଗିରି ରାଓଙ୍କୁ ମରଣାନ୍ତକ ଆକ୍ରମଣ । ଆନ୍ଧ୍ରପ୍ରଦେଶର କାକିନାଡା ସ୍ଥିତ ଘରେ ଜଣେ ବ୍ୟକ୍ତି ଭିକାରୀ ବେଶରେ ଆସି ତାଙ୍କୁ ଦାଆ ସାହାଯ୍ୟରେ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସିସିଟିଭି ଫୁଟେଜ ଅନୁଯାୟୀ, ଶେଷଗିରି ରାଓ ଜଣେ ଭିକାରୀଙ୍କୁ ଖାଦ୍ୟ ଶସ୍ୟ ଦେଉଥିବା ବେଳେ ତାଙ୍କୁ ଦାଆ ସାହାଯ୍ୟରେ ଆକ୍ରମଣ କରିଥିଲା । ପରେ ଘଟଣାସ୍ଥଳରୁ ଦୌଡି ପଳାଇଥିଲା ।

ଅନ୍ୟପଟେ ଏହି ଆକ୍ରମଣରେ ଟିଡିଏସ ନେତାଙ୍କ ମୁଣ୍ଡ, ହାତରେ ଗଭୀର କ୍ଷତ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଅନ୍ୟପଟେ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସିଥିଲା ଓ ଘଟଣା ଘଟାଇବା ସେହି ଗାଡିରେ ଫେରାର ମଧ୍ୟ ହୋଇଯାଇଥିଲା । ଆକ୍ରମଣକାରୀକୁ ଖୋଜା ଜାରି ରହିଛି। ଖୁବ ଶୀଘ୍ର ତାର ସନ୍ଧାନ ମିଳିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *