ବ୍ରହ୍ମଗିରି: 14 ବର୍ଷର ପୁଅ ପୀୟୂଷ। ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି l ଡାକ୍ତର କହିଛନ୍ତି କିଡନୀ ପ୍ରତିରୋପଣ ପାଇଁ ପନ୍ଦରରୁ ସତର ଲକ୍ଷ ଟଙ୍କା ଦରକାର l କେଉଁଠୁ ଆସିବ ଏତେ ଗୁଡାଏ ଟଙ୍କା ? କେମିତି ହେବ ଚିକିତ୍ସା ସେ ଚିନ୍ତାରେ ବାପା ମା । ପାଖରେ ଯାହା ଜମିବାଡି , ସୁନା ରୁପା ଥିଲା ତାହା ବିକି ସାରିଛନ୍ତି। ଏବେ ଶେଷ ଭରଷା କରିଛନ୍ତି କିଛି ଆର୍ଥିକ ସହାୟତାକୁ । ଚୁପଚାପ ବସିରହୁଛି ୧୪ ବର୍ଷର ପିୟୁଷ l ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସିଆରା ଗ୍ରାମର ପିୟୁଷ ପ୍ରଧାନ । ଆଉ ତା କୋମଳ ମନ ଏହା ମଧ୍ୟ ଜାଣିସାରିଲାଣି ଯେ ତା ବାପା ବୋଉଙ୍କ ପାଖରେ ପଇସା ନାହିଁ । ତା ପାଇଁ ବହୁତ ଧାର କରଜ ମଧ୍ୟ କରିସାରିଲେଣି । ଜମିବାଡ଼ି ସବୁ ବିକିଦେବା ସହ ଲୋକଙ୍କ ପାଖକୁ ଯାଇ ତା ପାଇଁ କାନି ପତାଇ ସହାୟତା ଭିକ୍ଷା କରୁଛନ୍ତି l
ପୁଅର ଚିକିତ୍ସାରେ ପାଖରେ ଯାହା ଥିଲା ତାହା ଖର୍ଚ୍ଚ ହୋଇସାରିଛି ଆଉ ଏବେ ପ୍ରତ୍ୟାରୋପଣ ପାଇଁ ଙ୍କ ସତର ଲକ୍ଷ ଟଙ୍କା କେଉଁଠୁ ଯୋଗାଡ କରିବେ ସେନେଇ ବାପା ମା ଙ୍କ ମୁଣ୍ଡରେ ପଡିଛି ଚଡକ। ଅନ୍ୟପଟେ ସାଙ୍ଗ ସାଥି ,ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପିୟୁଷ ଆରୋଗ୍ୟ କାମନା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି, ସଂସ୍ଥା କିମ୍ବା ସ୍ବେଛାସେବୀ ସଂଗଠନ ପିୟୁଷକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଚାହାଁନ୍ତି ତେବେ ତାଙ୍କ ମା ଙ୍କ ଆକାଉଣ୍ଟ ନମ୍ବର 516310110007380 ରେ ପଠାଇବାକୁ ଅନୁରୋଧ ।
ସୁଲୋଚନା ପ୍ରଧାନ; A/C-516310110007380; IFSC – BKID0005163; ବ୍ୟାଙ୍କ ଅଫ ଇଣ୍ଡିଆ, ପଣସପଡା; Phonepe no – 7684950242
କେଦାରନାଥ ଦାସଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now