ବାଇକ ଧକ୍କାରେ ଶିକ୍ଷୟତ୍ରୀ ମୃତ୍ୟୁ

କନ୍ଧମାଳ: ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା। ଘଟଣାରେ ୨ଜଣ ମହିଳାଙ୍କ ମୃତ୍ୟୁ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିଲୁଙ୍ଗିଆ ଗାଁରେ ଅଭାବନୀୟ ଘଟଣା। ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କ୍ଲର୍କ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା ବାଇକ। ତେବେ ଆହତମାନଙ୍କୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଉଭୟଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ବାଇକ ଚାଳକ ସାମାନ୍ୟ ଆହତ ଥିବା ଜଣାପଡିଛି। ଦୁର୍ଘଟଣାରେ ମୃତ ମହିଳାମାନେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ, ଅନ୍ୟଜଣେ ସ୍ଥାନୀୟ ମାଲିକାପଡ଼ି ପଞ୍ଚାୟତ କୁପାଗୁଡ଼ା ଗାଁର ବିମଳା ପ୍ରଧାନ। ସ୍ଥାନୀୟ ପୋଲିସ ପହଞ୍ଚି ଗାଡିକୁ ଜବତ କରବା ସହ ମୃତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ପୋଲିସ ତଦନ୍ତ କରୁଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *