ଷଣ୍ଡକୁଦରେ ବିଧାୟକ ଗୋଷ୍ଠୀ ଆଉ କାଉନ୍ସିଲର ଗୋଷ୍ଠୀଙ୍କ ମଧ୍ୟରେ ଲଢେଇ

ପାରାଦୀପ: ପାରାଦୀପ ଷଣ୍ଡକୁଦରେ ବିଧାୟକ ଗୋଷ୍ଠୀ ଆଉ କାଉନ୍ସିଲର ଗୋଷ୍ଠୀଙ୍କ ମଧ୍ୟରେ ଲଢେଇ । ସ୍ଥାୟୀ ନିଯୁକ୍ତି , ଡ୍ରେନ୍ ସମସ୍ୟା , ମେଡିକାଲ ଆଉ ପ୍ରଦୂଷଣ ର ସ୍ଥାୟୀ ସମସ୍ୟା ଉଭୟ ଗୋଷ୍ଠୀ ର ଦାବି ଥିବାବେଳେ ଲଢେଇ ର ତରିକା କିନ୍ତୁ ଭିନ୍ନ ରହିଥିବା ଦେଖିବାକୁ ମିଳିଛି।

ବନ୍ଦର ନଗରୀ ପାରାଦୀପରେ ଏବେ ଲଢେଇ । ଏନଆରଏଲ୍ କମ୍ପାନୀ ପାଇଁ ଆରମ୍ଭ ହୋଇଛି ଲଢେଇ । କାଉନସିଲର ଆଉ ସେମାନଙ୍କ ସମର୍ଥକ ମାନେ କମ୍ପାନୀର ଦୁଇ ପ୍ରବେଶ ପଥରେ ଧାରଣାରେ ବସିଥିବା ବେଳେ, ବିଧାୟକଙ୍କ ସମର୍ଥକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛନ୍ତି। ସ୍ଥାୟୀ ନିଯୁକ୍ତି , ଡ୍ରେନ୍ ସମସ୍ୟା , ମେଡିକାଲ ଆଉ ପ୍ରଦୂଷଣ ର ସ୍ଥାୟୀ ସମସ୍ୟା ଉଭୟ ଗୋଷ୍ଠୀ ର ଦାବି ଥିବାବେଳେ ଲଢେଇ ର ତରିକା କିନ୍ତୁ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଆସାମର ନୁମୁଁଲିଗଡ଼  ରିଫାଇନାରୀକୁ 1007 କିଲୋମିଟର ପାଇପ୍ ଲାଇନରେ ଅଶୋଧିତ ତୈଳ ଯୋଗାଇବା ପାଇଁ ଷଣ୍ଡକୁଦରେ 212 ଏକର ଜାଗାରେ 30 ହଜାର କୋଟି ଟଙ୍କାର ନିର୍ମାଣ ହେବାକୁ ଯାଉଛି ଷ୍ଟକ ୟାର୍ଡ଼। ଭୂମିପୂଜା ସରିଥିବା ବେଳେ ଏଠି କେଉଁ ଗୋଷ୍ଠୀ ନିଜର ଦବଦବା ଦେଖାଇ କମ୍ପାନୀରେ ଲୋକ ଭର୍ତ୍ତି କରିବ ଆଉ ଠିକାଦାରି କରିବ ସେଥିପାଇଁ ଆରମ୍ଭ ହୋଇଛି ଲଢେଇ  ।

ପାରାଦୀପରେ କୁଆଡେ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳଙ୍କ ସହ ବିଧାୟକ ସମ୍ବିତ୍ ରାଉତରାୟଙ୍କର  ପଡୁନଥିବା  ଓ ବିଜେଡି ଜନସମ୍ପର୍କ ପଦଯାତ୍ରା ହୋଇନଥିବା , ବାଲିଯାତ୍ରାର ଉଦଯାପନୀ ମଞ୍ଚକୁ ବିଧାୟକ ମନ୍ତ୍ରୀ ନ ଆସିବା ଆଉ ଏବେ ଷଣ୍ଡକୁଦ ବସ୍ତିକୁ ଦୁଇ ଭାଗ କରି ଅଲଗା ଅଲଗା ବିକ୍ଷୋଭ ଧାରଣା ଦେବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଧାୟକ ଗୋଷ୍ଠୀ କାଉନସିଲର ମାନେ ବିକ୍ରି ହୋଇଥିବା ଖୋଲାଖୋଲି କହୁଥିବା ବେଳେ ସେମାନେ ପଥ ଭ୍ରଷ୍ଟ ହେଉଥିବା କହିଛନ୍ତି  କାଉନସିଲର। 

ନେତାଙ୍କ ଭିତିରି ଯୁଦ୍ଧ ପାଇଁ ଦୁଇ ଫାଳ ହୋଇଥିବା ବସ୍ତିର ଲୋକଙ୍କ ଭିତରେ ଆଗକୁ କଣ ହେଉଛି ତାହା କେବଳ ସମୟ ହିଁ କହିବ ।

 ସୁବ୍ରତ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *