ଆଜି ଇଡିରେ ହାଜର ହେଲେ ଦୁଇ ବ୍ୟବସାୟୀ

ଭୁବନେଶ୍ବର: ଆଜି ଦ୍ୱିତୀୟ ଥର ପାଇଁ ED ରେ ହାଜର ହୋଇଛନ୍ତି  ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ l କହିଲେ ସେ ଅର୍ଚନା ଜଗବନ୍ଧୁ ଙ୍କୁ ଜାଣି ନାହାନ୍ତି । ମାତ୍ର ତାଙ୍କ ହୋଟେଲରେ ହୋଇନି କୌଣସି ଡିଲ l ଅନ୍ୟପଟେ ED ହେପାଜତକୁ ଆସିବେ ଅର୍ଚନା |  ଆସନ୍ତା 5ରେ ED ପ୍ରଡ଼କ୍ସନ ପିଟିସନ ଆଧାରରେ କୋର୍ଟରେ  ହେବେ ହାଜର।

ଅର୍ଚ୍ଚନା କେଳେଙ୍କାରୀରେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତନାଘନା। ଖୋଲୁଛି ବ୍ୟବସାୟ ଜଗତରେ ହନିଟ୍ରାପ ଲିଙ୍କ। ଖୁବ ଶୀଘ୍ର ସାମ୍ନାକୁ ଆସିପାରେ  ହୋଟେଲ ସମ୍ରାଜ୍ୟରେ ଅର୍ଚନାଙ୍କ ଦବଦବା। ସବୁଠି  ଛାପ ଛାଡିଛନ୍ତି  ନିଜ କଳା କାରନାମାର l ଦିନକୁ ଦିନ ପୁଣି ସାମ୍ନା କୁ ଆସୁଛି  ହୋଟେଲ ମାଲିକଙ୍କ ସମ୍ପୃକ୍ତି। ଆଜି ୨ୟ ଦିନରେ ହାଜର ହୋଇଛନ୍ତି ଅଶୋକ ନଗର ସ୍ଥିତ ତାଜ ହୋଟେଲ ମାଲିକ ଶିବ ପ୍ରସାଦ ଦାସ। ଜେରା ବେଳେ ED ର ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ହୋଟେଲ ମାଲିକ। ତେବେ ଅର୍ଚନା ଓ଼ ଜଗବନ୍ଧୁଙ୍କୁ ଜାଣିନଥିବା କହିଛନ୍ତି ଶିବ ପ୍ରସାଦ। ସେପଟେ ଅର୍ଚ୍ଚନାଙ୍କ ଏଣ୍ଡେଭର ଗାଡି କିଣାବିକାକୁ ନେଇ ଇଡିର ତନାଘନା। ଇଡିରେ ହଜାର ହୋଇ ସମସ୍ତ ତଥ୍ୟ ରଖିଲେ ଏମ୍ପେରିଓ ପ୍ରେଷ୍ଟିଜ  କାର ଶୋ ରୁମ ର ଫାଇନାନସିଆଲ ଡିଲର ସନ୍ତୋଷ କୁମାର ନାୟକ। ଗତ 3 ବର୍ଷର ଆର୍ଥିକ କାରବାର ନେଇ ଇଡି ତଥ୍ୟ ମାଗିଥିଲା। ସମସ୍ତ ତଥ୍ୟ ଓ କାଗଜପତ୍ର ଇଡିକୁ ଦେଇଥିବା କହିଛନ୍ତି ସନ୍ତୋଷ। 

ଅନ୍ୟପଟେ କୋର୍ଟରେ ହଜାର ହେବେ ଏବଂ ରିମାଣ୍ଡ ରେ ଆସିବେ ନାଗ ଦମ୍ପତି l ଆସନ୍ତା 5 ରେ ହଜାର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। ତେବେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଇଡି। ଏ ପର୍ଯ୍ୟନ୍ତ ଆର୍ଥିକ କାରବାର ଲିଙ୍କ ନେଇ 6 ଜଣ ବ୍ୟବସାୟୀ,ସିନେ ପ୍ରଯୋଜକ ଙ୍କୁ ଜେରା କରାଯାଇସାରିଲାଣି l ଅପରପକ୍ଷେ ଇଡି ସ୍କାନରରେ ଥିବା ଶ୍ରଦ୍ଧାଞ୍ଜଳି ଫେରାର୍ ଆଶଙ୍କା ରହିଛି। ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନାହାନ୍ତି ଶ୍ରଦ୍ଧାଞ୍ଜଳି। ଏହି କେଳେଙ୍କାରୀରେ ଅନେକ ବିସ୍ଫୋରକ ବୟାନ ରଖିଥିବା ଶ୍ରଦ୍ଧାଞ୍ଜଳି ଲୁଚିଛନ୍ତି ନା ତାଙ୍କୁ କିଏ ଗାଏବ କରିଛି ତାହା ସନ୍ଦେହ ଘେରରେ। ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିବା ପାଇଁ ଖୁବଶୀଘ୍ର ଆରେଷ୍ଟ ୱାରେଣ୍ଟ ଜାରି କରିପାରେ ଇଡି। 

ହାଇ ପ୍ରୋଫାଇଲ ଲୋକଙ୍କୁ ହୋଟେଲ କୁ ଡ଼କାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ  ଉଠାଇ ହନି ଟ୍ରାପ ଲିଙ୍କ ବାହାର କରିବା ରେ ED ପାଇବ ତ ସୁରାକ। ହୋଟେଲ ମାଲିକ ଓ ଶ୍ରଦ୍ଧାଞ୍ଜଳିଙ୍କ ତଥ୍ୟ ଆଧାରରେ  ସାମ୍ନାକୁ ଆସିପାରିବ ତ ସତ। ଯାହାକୁ ନେଇ ଉଠିଛି  ଅନେକ ପ୍ରଶ୍ନ, ଯାହାର ଉତ୍ତର ରଖିବେ  କି ଅର୍ଚନା?

Naxatra News is now on Whatsapp

Join and get latest news update delivered to you via whatsapp

Join Now
Tagged

Leave a Reply

Your email address will not be published. Required fields are marked *