ରାସ୍ତାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର, ଜନତାସ୍ଥାନାନ୍ତର

କଳାହାଣ୍ଡି : ଆଜି ସକାଳେ କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାରେ ବ୍ୟାପିଯାଇଛି ଇନ୍ଧନ ଗ୍ୟାସ। ତେବେ ପ୍ରଶାସନର ତ୍ବରିତ ପଦକ୍ଷେପ ପାଇଁ ଏକ ବିରାଟ ଅଘଟଣକୁ ଏଡାଇ ଦିଆଯାଇପାରିଛି।କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଥିବାରୁ ଅଞ୍ଚଳର ଆକାଶ ଧୂଆଁରେ ଭରି ଯାଇଛି।

ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଭାବନୀପାଟଣାରୁ ରାୟପୁର ଅଭିମୁଖେ ଯିବାବେଳେ ଆଜି ସକାଳେ କର୍ଲାପଡ଼ା ରାସ୍ତାର ପାଷ୍ଟିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୧୬କୁ ଦୁଇ ପାର୍ଶ୍ୱରୁ ସିଲ୍ କରି ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯିବା ସହ ଲୋକଙ୍କୁ ସାବଧାନ ରହିବାକୁ ଅନୁରୋଧ କରାଯାଇଛି। କୌଣସି ପ୍ରକାରେ ନିଆଁ ଲଗାଇବାକୁ ବାରଣ କରାଯାଇଛି।

ସେଠାକାର ଲୋକମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଦୁଇ କିମି ଦୂରକୁ ସ୍ଥାନାନ୍ତର କରିଛି ପ୍ରଶାସନ। ଲୋକଙ୍କୁ ସେଠାରେ ଖାଦ୍ୟ ଯୋଗାଇ ଦିଆଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଟ୍ୟାଙ୍କର ଚାରି ପାଖରେ ପାଣି ସିଞ୍ଚନ କରାଯାଉଛି ଓ ଟେକ୍ନିକାଲ ଟିମର ଅପେକ୍ଷା କରାଯାଉଛି। ଟେକ୍ନିକାଲ ଟିମ ଆସି ଗ୍ୟାସକୁ ଅନ୍ୟ ଟ୍ୟାଙ୍କରକୁ ଖାଲି କରାଯିବ ବା ଅନ୍ୟ କିଛି ପ୍ରତିଷେଧକ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଉପଜିଲ୍ଲାପାଳ କହିଛନ୍ତି।

ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲପର ସୁରକ୍ଷିତ ଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *