ଯୁକ୍ତ ଦୁଇ ପରୀକ୍ଷା ବାବଦରେ କୌଣସି ସମସ୍ୟା ଥିଲେ, ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ

ଏପ୍ରିଲ୍‌ ୨୮ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ଚାଲିବ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା l ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ କରିବେ ଜିଲ୍ଲାପାଳ ଏବଂ ଏସ୍.ପି।

ଚଳିତ ବର୍ଷ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ ଅଧୀନର ଯୁକ୍ତ ଦୁଇ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁଥିବା ଏହି ପରୀକ୍ଷା ନିମନ୍ତେ ୧,୧୩୩ ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ ଟି ପରୀକ୍ଷା  ନୋଡାଲ୍ ସେଣ୍ଟର କରାଯାଇଛି। ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷା ସୁଚାର ରୂପେ ସମ୍ପାଦନ କରିବା ପାଇଁ ପାଇଁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌। ଏଥିପାଇଁ ସିଏଚ୍‌ଏସଇ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି କଣ୍ଟ୍ରୋଲ ରୁମ ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ କଣ୍ଟ୍ରୋଲ ରୁମ। ଛାତ୍ରଛାତ୍ରୀ ଙ୍କର ପରୀକ୍ଷା ବାବଦରେ କୌଣସି ସମସ୍ୟା ଥିଲେ, ଦ୍ୱନ୍ଦ୍ୱ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଛାତ୍ରୀଛାତ୍ର ଯୋଗାଯୋଗ କରିପାରିବେ। ଏ ନେଇ ସିଏଚ୍‌ଏସଇ ପକ୍ଷରୁ ଟେଲିଫୋନ ନମ୍ବର ୦୬୭୪-୨୩୦୩୮୦୩ ନମ୍ୱର ଜାରି କରାଯାଇଛି। ସେପଟେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହୋଇଛି ସ୍କୁୱାର୍ଡ଼। କେନ୍ଦ୍ରୀୟ ଜୋନ୍ ସ୍କ୍ୱାର୍ଡ଼ରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍ ସ୍କ୍ୱାର୍ଡ଼ରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାର୍ଡ଼ରେ ୩୦ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ୱାର୍ଡ଼ରେ ସଦସ୍ୟ ଭାବେ ମନୋନିତ କରାଯାଇଛି। ସେହିପରି ୨୨ ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତନ କରାଯାଇଛି । ଏଥି ସହ ଚଳିତ ବର୍ଷ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି ପରିଷଦ। ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବରର ମଲ୍ଟିପୁଲ ଚଏସ ଆସିବ। ସେହିପରି ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨/୩ ମାର୍କର ପ୍ରଶ୍ନ ରହିବ। ୨୦ପ୍ରତିଶତ ମାର୍କ ଦୀର୍ଘମୂଳକ ଉତ୍ତର ତଥା ୫ ମାର୍କ ରହିବ l ସେହିପରି ଭାବରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହୋଇ ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ। ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି। କୋଭିଡ ସଂକ୍ରମଣ  ସ୍ଥିତି ଯୋଗୁଁ ଚାଳିତ ବର୍ଷ ପରୀକ୍ଷାରେ ବିଳମ୍ବ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *