ଜିଲ୍ଲା ଉଦ୍ୟାନ ବିଭାଗର ପ୍ରୟାସରେ ସ୍ୱବଲମ୍ବୀ ହେଉଛନ୍ତି ଆଦିବାସୀ

ଗଜପତି: ସ୍ୱବଲମ୍ବୀ ହେଉଛନ୍ତି ଆଦିବାସୀ । ସରକାର ଆଦିବାସୀଙ୍କ ସାମୁହିକ ବିକାଶ ପାଇଁ ଅନେକ କାର୍ଯ୍ୟ ନିଜ ହାତକୁ ନେଇଥିବା ବେଳେ ଗଜପତି ଜିଲ୍ଲାର ବାରାଙ୍ଗସିଂ ଗ୍ରାମର ଲୋକେ ବିଭିନ୍ନ ଗଛରୁ ତେଲ ବାହର କରି ଅନ୍ୟ ପାଇଁ ସଚେତନତା ସୃଷ୍ଟି କରିଛନ୍ତି।

ଜିଲ୍ଲା ଉଦ୍ୟାନ ବିଭାଗର ପ୍ରୟାସରେ ସ୍ୱବଲମ୍ବୀ ହେଉଛନ୍ତି ଆଦିବାସୀ । ତେଲ ବାହାର କରୁଛନ୍ତି ଆଦିବାସୀ ଲୋକ । ଆମେ କହୁଛୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଶୀତ ଦୁର୍ଗମ ଅଞ୍ଚଳରେ ଥିବା ବାରାଙ୍ଗସିଂ ଗ୍ରାମ କଥା । ଗ୍ରାମରେ ଗତ ତିନିମାସ ତଳୁ ଆରମ୍ଭ ହୋଇଛି ତେଲ ବାହାର କରିବା ପ୍ରକଳ୍ପ । ପାହାଡିଆ ଅଞ୍ଚଳରେ ଥିବା ଔଷଧୀୟ ଗଛରୁ ବାହାର କରାଯାଉଛି ତେଳ । ନିମ୍ବ, ହଳଦୀ, ଭୁରୁସୁଙ୍ଗ, ନୀଳଗିରି ପତ୍ର ଓ ଗୋଲାପ ଭଳି ଫୁଲରୁ ତେଲ ବାହାର କରି ବେସ ଲାଭବାନ ହୋଇପାରୁଛନ୍ତି ସ୍ଥାନୀୟ ଆଦିବାସୀ । ପାହାଡ ଜଙ୍ଗଲରେ ନଷ୍ଟ ହେଉଥିବା ଔଷଧୀୟ ବୃକ୍ଷର ଫୁଲ, ଫଳ ଓ ପତ୍ର ମନୁଷ୍ୟ ସମାଜର ବ୍ୟବହାରରେ ଆଣିପାରିଛନ୍ତି ଆଦିବାସୀ ଲୋକେ । ଯାହାକୁ ଦେଖି ନିର୍ବଚିତ ପ୍ରତିନିଧି କେବଳ ଖୁସି ହୋଇଛନ୍ତି ତାହା ନୁହେଁ ନିଜ ନିଜ ଅଞ୍ଚଳରେ ମଧ୍ୟ ଏହି ପ୍ରକଳ୍ପ ଆରମ୍ଭ କରାଇବା ସହ ଆଦିବାସୀଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି ।

ସେପଟେ ଗଜପତି ଜିଲ୍ଲାପାଳ ଏହି ପ୍ରକଳ୍ପ ଦେଖିବା ସହ ଗ୍ରସ୍ତର ଉଦ୍ଦେଶ୍ୟ ଗଣମାଧ୍ୟମକୁ କହିଛନ୍ତି । ପ୍ରକଳ୍ପରୁ ଉର୍ପାଦୀତ ବିଭିନ୍ନ ତେଳର ମାନ ବହୁତ ଭଲ ରହିଥିବାରୁ ବଜାରରେ ଏହା ଚାହିଦାବେଶ ଅଦକ ରହିବ । ତେଣୁ ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୫ଗୋଟି ବ୍ଲକକୁ ଟାରେଗର୍ଟରେ ନେଇ ଗୋଟିଏ ଗୋଟିଏ ବ୍ଲକରେ ଏପରି ତିନି, ଚାରୋଟି ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ବ ହୋଇଛି ।

ତେବେ ଦେଖିବାକୁ ବାକି ରହିଲା ଏହି ପ୍ରକଳ୍ପ ଗୁଡିକ ପ୍ରସାଶନ ଓ ଅଦିବାସୀଙ୍କୁ କିପିରି ଆଶାର ଆଲୋକ ଯୋଗାଉଛି ।

ନାଗେଶ୍ଵର ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *