ଦେଶରେ ୭୩୩ ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟ କରୁଛି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଗୁରୁବାର କହିଛନ୍ତି କି, ଦେଶର ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୪୩୧ ପକ୍ସୋ କୋର୍ଟ ସହ ମୋଟ ୭୩୩ ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟ କରୁଛନ୍ତି। ଏହି ସବୁ କୋର୍ଟ ସ୍ଥାପନ ହେବା ପରଠାରୁ ମୋଟ ୧,୨୪,୦୦୦ ମାମଲାର ସମାଧାନ କରାଯାଇଥିବା ବେଳେ ୧,୯୩,୮୧୪ ମାମଲା ଲମ୍ବିତ ରହିଛି। ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ହସ୍ତଗତ ରିପୋର୍ଟ ଆଧାରରେ ମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି।

ରାଜ୍ୟସଭାରେ ଗୁରୁବାର ଦିନ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଫାଷ୍ଟଟ୍ରାକ କୋର୍ଟ ସ୍ଥାପନା ରାଜ୍ୟର ଅଧିକାର ଓ ଆବଶ୍ୟକତା ଅନ୍ତର୍ଭୁକ୍ତ।  ହାଇକୋର୍ଟଙ୍କ ସହ ବିଚାର ବିମର୍ଷ ପରେ ନିଜ ସମ୍ବଳ ବିନିମୟରେ ରାଜ୍ୟ ଏହି ସବୁ କୋର୍ଟ ସ୍ଥାପନ କରୁଛନ୍ତି।

ହାଇକୋଟଙ୍‌କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଦେଶରେ ୨୦୧୭ ପରେ ୨୪୨ ଅଧିକ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପରେ ସେହି ବର୍ଷ ଡିସେମ୍ବର ୩୧ ବେଳକୁ ଏହି ସଂଖ୍ୟା ୫୯୬କୁ ବୃଦ୍ଧି ହୋଇଥିଲା, ଯାହା ୨୦୨୨ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୮୩୮ରେ ପହଞ୍ଚିଛି। ୨୦୧୯ ଜୁଲାଇରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ  କେନ୍ଦ୍ର ସରକାର ଦେଶରେ  ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ସମ୍ବନ୍ଧିତ ମାମଲା ଗୁଡିକର ତ୍ବରିତ ଶୁଣାଣି ଓ ସମାଧାନ କରିବାକୁ ୨୦୧୦ ଅକ୍ଟୋବରରୁ ଦେଶର ୩୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୨୩ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ଆରମ୍ଭ କରିଥିଲା। ଯେଉଁଥିରେ ୩୮୯ଟି ପକ୍ସୋ କୋର୍ଟ ମଧ୍ୟ ରହିଛି।  

ପ୍ରାରମ୍ଭିକ ଅବସ୍ଥାରେ, ଏହି ଯୋଜନାକୁ ଏକ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରଖାଯାଇଛି। ହାଇକୋର୍ଟଙ୍କ ରିପୋର୍ଟ ଅନୁଯାୟୀ ୪୧୩ଟି ପକ୍ସୋ କୋର୍ଟ ସହ ମୋଟ ୭୩୩ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟକରୁଛି ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *