ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ବଢିବ ସଂକ୍ରମଣ!

ପୁଣି ଘାରିଛି ଭୂତାଣୁ ଭୟ । ଚତୁର୍ଥ ଲହରର  ଦ୍ୱାର ଦେଶରେ କରେନା ସଂକ୍ରମଣ । ତେବେ ଏବେ ଆଶଙ୍କା ମଧ୍ୟରେ ପ୍ରଶ୍ନ, ଓଡିଶାକୁ ଆସିବ କି  ଚତୁର୍ଥ ଲହର ? ଦେଶରେ ୩୦୦୦ ପାର କରିଛି ସଂକ୍ରମଣ । ରାଜ୍ୟ ପାଇଁ ଏହା ବିପଦ ହେବ କି ବୋଲି ପ୍ରଶ୍ନ ଉଙ୍କି ମାରୁଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୩ଶହ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ସଂକ୍ରମଣକୁ ନେଇ ଚିନ୍ତା ବଢିବା ଆରମ୍ଭ ହୋଇଛି ।  ଏପଟେ ରାଜ୍ୟରେ ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ସଂକ୍ରମଣ ବଢିବ ବୋଲି ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । କାରଣ ପୂର୍ବରୁ ମଧ୍ୟ ଦିଲ୍ଲୀରେ ସଂକ୍ରମଣ ବଢିବାର କିଛି ଦିନ ପରେ ରାଜ୍ୟରେ ସଂକ୍ରମଣ ବଢିଥାଏ ।

ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରୁଛି ରାଜ୍ୟ। ହସ୍ପିଟାଲ ଠାରୁ ଆରମ୍ଭ କରି ଔଷଧ, ଅକ୍ସିଜେନ ସହ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସରଛି । ଏମିତି କି ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲକୁ ତୁରନ୍ତ ଖୋଲା ଯିବାକୁ ଯୋଜନା କରାଯାଇଛି। ହେଲେ ବର୍ତ୍ତମାନ ସଂକ୍ରମଣ ୧୦ ରୁ ୨୦ ଭିତରେ ରହିଛି। ତେଣୁ   ରାଜ୍ୟ ସରକାର କୋଭିଡକୁ ଚେକ୍ ଦେବା  ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ଟିକା କରଣ ବଢ଼ାଯାଉଛି। ହେଲେ ସମସ୍ତେ କରୋନା କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ବିଭିନ୍ନ ରାଜ୍ୟରେ ଏବେ ସଂକ୍ରମଣ ବଢୁଛି । ସଂକ୍ରମଣ ବଢିବା ସହ ନୂଆ ଭାରିଏଣ୍ଟ ମଧ୍ୟ ଆସୁଛି । ତେଣୁ ସାମାନ୍ୟ ଅବହେଳା ମଧ୍ୟ ବିପଦ ଆଣିପାରେ । ତେଣୁ ସରକାର ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି । କେବଳ ସ୍ୱାସ୍ଥ୍ୟ ଭିତ୍ତିଭୁମି ନୁହେଁ କଟକଣାକୁ ମଧ୍ୟ କଠୋର କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେପଟେ ଗତ ବୁଧବାର ପ୍ରଧାନ ମନ୍ତ୍ରୀ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ ଉଭୟ କେନ୍ଦ୍ର ଓ ରାଜ୍ୟର ସହଯୋଗ ଓ ସମନ୍ୱୟ କାମନା କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *