ରାଜ୍ୟରେ ଏୟାର ପୋର୍ଟ ଓ ରେଲୱେ ଷ୍ଟେସନରେ ଲାଗିଲା କୋଭିଡ କଟକଣା

Spread the love

ଡରାଉଛି ଦିଲ୍ଲୀ । ଯାହାର ପ୍ରଭାବ ଏବେ ଓଡ଼ିଶାରେ। ରାଜ୍ୟକୁ ପ୍ରବାସି ଆଣିବେକି ଚତୁର୍ଥ ଲହର। ନଜରରେ ଦିଲ୍ଲୀ ଫେରନ୍ତା। ଦିଲ୍ଲୀ ସମେତ ଉତ୍ତର ଭାରତରେ କେତେକ ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତପରତା ପ୍ରକାଶ ପାଇଛି । ସମ୍ଭାବ୍ୟ ଚତୁର୍ଥ ଲହର ରୁ ରୋକ ଲଗାଇବାକୁ ଏବେ ବାହାର ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ ସର୍ତକ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବିଶେଷ କରି ଏୟାର ପୋର୍ଟ ଓ ରେଲୱେ ଷ୍ଟେସନରେ କୋଭିଡ କଟକଣାକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଓ ଏହାର ପାଖ ୧୦ ରୁ ଅଧିକ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏଠାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭଗ ଏୟାର ପୋର୍ଟ ଓ ରେଲୱେ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏୟାରପୋର୍ଟ ଓ ରେଳ ଷ୍ଟେସନରେ କୋଭିଡ କଟକଣାକୁ ଚେକିଂ ଜୋରଦାର କରାଯାଇଛି। ସମସ୍ତ ଯାତ୍ରୀ ଏୟାରପୋର୍ଟ କର୍ମଚାରୀ ସୁରକ୍ଷା ଏଜେନ୍ସି ମାକ୍ସ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଏଥିରେ କୌଣସି ଖିଲାପି ହୁଏ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଅନୁରୂପ ଭାବରେ ରେଲୱେ ଷ୍ଟେସନ ମାଧ୍ୟମରେ ଅନେକ ଯାତ୍ରୀ ବାହାର ରାଜ୍ୟରୁ ଆସୁଥିବାରୁ ଏବେ ଠାରୁ କଡା ପ୍ରହରା ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ପ୍ରବାସୀ ଆସିବା ଫଳରେ ଗଞ୍ଜାମ ଓ ଝାରସୁଗୁଡ଼ାରେ ସଂକ୍ରମଣ ଅନେକ ବଢି ଯାଇଥିଲା। ତେଣୁ ଏବେ ଦିଲ୍ଲୀ ଓ ଏହାର ପାଖ ରାଜ୍ୟରୁ ଆସୁଥିବା ପ୍ରତେକ ଲୋକ ଉପରେ ନଜର ରଖିବାର ଆବଶ୍ୟକତା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏମିତି କି ଯାହାର କିଛି ଲକ୍ଷଣ ଥିବ ଟେଷ୍ଟଙ୍ଗ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଆଗକୁ ଚତୁର୍ଥ ଲହର ଆସିବା ନେଇ ଆକଳନ କରାଯାଉଛି। ତେଣୁ ସମ୍ଭାବ୍ୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *