କେବେ ସରିବ କୁଜଙ୍ଗ ଜୁଡିସିଆଲ କମ୍ପ୍ଲେକ୍ସ କାମ

କୁଜଙ୍ଗରୁ : କୁଜଙ୍ଗ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟରେ ମନ୍ଥରତା।ପାଖାପାଖି ପାଞ୍ଚ କୋଟି ଟଙ୍କା ବ୍ୟୟବରାଦ ରେ ନିର୍ମାଣଧୀନ ଜୁଡିସିଆଲ କମ୍ପ୍ଲେକ୍ସ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିପାରୁନାହିଁ । 2020 ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାର ଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଣଦେଖା ଓ ଠିକାଦାରଙ୍କ କାର୍ଯ୍ୟ ଶିଥିଲତା ଯୋଗୁ ଏପର୍ଯ୍ୟନ୍ତ କାମ ସରି ନାହିଁ।

କୁଜଙ୍ଗ ରେ 1984 ମସିହା ରୁ ପ୍ରତିଷ୍ଠା ହୋଇଥିଲା କୋର୍ଟ। ଏଠାରେ ବର୍ତ୍ତମାନ ଜେ ଏମ ଏଫ ସି, ସିଭିଲ ଜଜ ଜୁନିଅର ଡିଭିଜନ, ସିଭିଲ ଜଜ ସିନିଅର ଡିଭିଜନ ,ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ସମେତ ପୋକ୍ସୋ ଓ ଫ୍ୟାମିଲି ସର୍କିଟ କୋର୍ଟ ମଧ୍ୟ କାର୍ଯ୍ୟ କରୁଛି । ମାତ୍ର ବର୍ଷାଦିନେ କୋର୍ଟ ପରିସର ପାଣିରେ ବୁଡି ରହୁଥିବା ବେଳେ ସାଇକେଲ ଷ୍ଟାଣ୍ଡ ,ଶୌଚାଳୟ ଇତ୍ୟାଦି ର ସୁବିଧା ନଥିବା ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ୍ନ ହେଉଛନ୍ତି । କେବଳ ଏତିକି ନୁହେଁ ମାଜିଷ୍ଟ୍ରେଟ ଓ ଷ୍ଟାଫ ଙ୍କ ପାଇଁ ଆବଶ୍ୟକ କ୍ୱାର୍ଟର୍ସ, ପାର୍କିଂ, ଶୌଚାଳୟ, କ୍ୟାଣ୍ଟିନ, ବିଶ୍ରାମାଗାରର ମଧ୍ୟ ବ୍ୟବସ୍ଥା ନାହିଁ। ଏପରିକି ଓକିଲ ସଂଘ ଗୃହରେ ଅସ୍ଥାୟୀ ଭାବେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ମଧ୍ୟ ଚାଲିଛି।

ପ୍ରାୟ ଛଅ କୋଟି ଟଙ୍କା ବ୍ୟୟ ବରାଦରେ ଜୁଡିସିଆଲ କମ୍ପ୍ଲେକ୍ସର ନିର୍ମାଣ କାମ 2018 ମସିହା ରେ ଆରମ୍ଭ  ହୋଇଥିଲା । 2020 ଫ୍ରେବୁଆରୀ ମାସରେ ଏହା ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ତାହାର ଅବଧି  2021 ମେ ମାସ କୁ ବୃଦ୍ଧି କରାଯାଇଥିଲା । ଏ ପର୍ଯ୍ୟନ୍ତ ମାତ୍ର କେଇଟା କ୍ୱାର୍ଟର କାର୍ଯ୍ୟ କାମ ସରିଛି । ତେବେ  ଜୁଡିସିଆଲ ବିଲ୍ଡିଂ କମିଟି ଅଧକ୍ଷ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ପୂର୍ବତନ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ ଜୁଡିସିଆଲ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ତଦାରଖ କରି ସାରିଛନ୍ତି । ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସିଥିତା ଯୋଗୁ କୋର୍ଟ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ସ୍ଥାନୀୟ ଓକିଲ ସଂଘତେବେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସ୍ଥାନୀୟ ବିଭାଗୀୟ ଅଧିକାରୀ ପାଟି ଖୋଳୁନଥିବା ବେଳେ 2023 ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧ୍ୟକ୍ଷକ ଯନ୍ତ୍ରୀ।

ତେବେ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ ହେଲେ ଅନେକ ମୌଳିକ ସମସ୍ୟା ର ସମାଧାନ ହେବାକୁ ଥିବାବେଳେ କେବେ କୋର୍ଟ କାର୍ଯ୍ୟ ନିର୍ମାଣ ସରୁଛି ଦେଖିବା ବାକି ରହିଛି।

ରଶ୍ମି ରଞ୍ଜନ ମହାପାତ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *