ନୂଆ ବର୍ଷକୁ ସ୍ବାଗତ କରିବାକୁ ରାଜଧାନୀ ପ୍ରସ୍ତୁତ

() ଆସୁଛି ନୂଆ ବର୍ଷ l ସମସ୍ତଙ୍କ ମନରେ ନୂଆ ଆଶା, ନୂଆ ଉତ୍ସାହ l  ଚଳଚଂଚଳ ଗାଁ ଠୁ ସହର l ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି l 0 ନାଇଟ ସେଲିବ୍ରେଶନ ପାଇଁ ସବୁଠି ଆରମ୍ଭ ହେଲାଣି କାଉଣ୍ଟଡ଼ାଉନ l ଚିକମିକ୍ ଲାଇଟ ସାଙ୍ଗକୁ ରଙ୍ଗ ବେରଙ୍ଗ ବେଲୁନରେ ଚାଲିଛି ସାଜସଜ୍ଜା l

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ହୋଟେଲ ଓ କ୍ଳବ୍ ସଜେଇ ହେଲାଣି ରଙ୍ଗ ବେରଙ୍ଗୀ ଆଲୋକରେ l ନାଚ ଗୀତ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ଫୁଡ କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଥିସହ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ହୋଟେଲ ଗୁଡିକ ପକ୍ଷରୁ ବ୍ୟାପକ ଅୟୋଜନ କରଯାଇଛି l

ଏଥିସହ ବେକେରୀ ଓ ଫୁଲ ଦୋକାନ ବି ଚଳଚଞ୍ଚଳ ହୋଇଉଠିଛନ୍ତି l ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବ୍ୟବସାୟୀ। ଫୁଲ ଦୋକାନରେ ଗୋଲାପ, ଲଭେଣ୍ଡର, ଜାସମିନ, ସୂର୍ଯ୍ୟମୁଖୀ ଭଳି ବିଭିନ୍ନ ଫୁଲ ସଜେଇ ହୋଇ ରହିଥିବା ବେଳେ କେକ ଦୋକାନରେ ବ୍ଲାକ ଫରେଷ୍ଟ, ରେଡ୍ ଭେଲଭେଟ, ଗ୍ରୀନ ଆପେଲ, ଚୋକୋ ଚିପ୍ସ ଭଳି କେକର ବେଶ ଚାହିଦା ରହିଛି l ତେବେ ଦୋକାନରେ ଗ୍ରାହକଙ୍କର ବେଶ ଭିଡ ଜମୁଛିl

ଅନ୍ୟପଟେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ କେବଳ ଗୋଟାଏ ଅପେକ୍ଷା କେତେବେଳେ ନୂଆବର୍ଷ ଆସି ପହଞ୍ଚିବ l

 ଜ୍ୟୋତି ମଞ୍ଜରୀ ସାହୁ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *