କୁଜଙ୍ଗ: ଚିନ୍ତାରେ 200 ବ୍ୟବସାୟୀ । ଜାତୀୟ ରାଜପଥର ପ୍ରଶସ୍ଥ ନିମନ୍ତେ ଭୂତମୁଣ୍ଡାଇ ବଜାର ଉଠିବାକୁ ଯାଉଥିବାରୁ କେମିତି ପରିବାର ପ୍ରତିପୋଷଣ କରିବେ ନେଇ ବଢିଛି ଅଡୁଆ । ଉପଯୁକ୍ତ ଥଇଥାନ ପାଇଁ ଦାବୀ କରିଥିବାବେଳେ କେତେ ପୁରଣ କରୁଛି ପ୍ରଶାସନ ବଡ ପ୍ରଶ୍ନ ପାଲଟିଛି।
ବନ୍ଦର ନଗରୀ ପାରାଦୀପ ର ପ୍ରବେଶ ପଥରେ ରହିଛି ଭୂତମୁଣ୍ଡାଇ ବଜାର । ତଳ ଆଉ ଉପର ରାସ୍ତା କୁ ଲକ୍ଷ୍ୟ ରଖି ଏଠି ଗଢି ଉଠିଥିବା ବଜାର ରେ ଗଢିଉଠିଛି ପ୍ରାୟ 200 ଦୋକାନ । ଏବେ କିନ୍ତୁ ଜାତୀୟ ରାଜପଥର ପ୍ରଶସ୍ଥ ନିମନ୍ତେ ଏହି ବଜାର ଉଠିବାକୁ ଯାଉଥିବା ବେଳେ ଚିନ୍ତାରେ ପୁରା 200 ବ୍ୟବସାୟୀ । ସେମାନଙ୍କର ପ୍ରଶ୍ନ କେମିତି ବଞ୍ଚିବେ ।ଉପଯୁକ୍ତ ଥଇଥାନ ପାଇଁ ଦାବି କରିଛନ୍ତି ।
ସେପଟେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ୍ କମ୍ପ୍ଲେକ୍ସ ଘର କୁ ସ୍ଵୟଂ ସହାୟକା ଗୋଷ୍ଠୀ କୁ ଯୋଗାଇ ଦିଆଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଏଠାକାର ବ୍ୟବସାୟୀ । ବ୍ଳକ ପ୍ରସାଶନ ଠାରୁ ଆରମ୍ଭ କରି ବିଧାୟକ ଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ । ଏହାସହ ସେମାନଙ୍କ ଭିଟାମାଟି ଉପରେ ମାର୍କେଟ୍ କମ୍ପ୍ଲେକ୍ସ ତିଆରି ହୋଇଥିବା ବେଳେ 28 ପଞ୍ଚାୟତ ର ବ୍ୟବସାୟୀ ଙ୍କୁ କଣ ପାଇଁ ଅଗ୍ରାଧିକାର ଦିଆଯାଉଛି ବୋଲି ଉଠାଇଛନ୍ତି ପ୍ରଶ୍ନ |
ସ୍ଥାନୀୟ ଅଞ୍ଚଳବାସୀଙ୍କ ର ସୁବିଧା ପାଇଁ ଏହି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ , ସାଧାରଣ ଲୋକ ଓ ସ୍ଵଂୟ ସହାୟକା ଗୋଷ୍ଠୀଙ୍କ ପାଇଁ ଗୃହ ଆବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରପକ୍ଷେ ବଜାର ଭାଙ୍ଗିବାକୁ ଯାଉଥିବା ବେଳେ ଆମକୁ ସମସ୍ତ୍ କମ୍ପ୍ଲେକ୍ସ ଦିଅ ବୋଲି ଜିଦ୍ ରେ ଅଟଳ ବ୍ୟବସାୟୀ ମାନେ ଥିବାବେଳେ ଏହା ଅସମ୍ଭବ ବୋଲି ପ୍ରକାଶ କରିଛନ୍ତି କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ।
ପ୍ରଶାସନ ଓ ବ୍ୟବସାୟୀ ନିଜ ନିଜ ଜିଦ୍ ରେ ଅଟଳ ଥିବାବେଳେ ଏହି ମାର୍କେଟ୍ କମ୍ପ୍ଲେକ୍ସ କୁ ନେଇ ଆଗକୁ ଯେ କି ପରିସ୍ଥିତି ହେବ ତାହା କିଏ କହିବ ?
Naxatra News is now on Whatsapp
Join and get latest news update delivered to you via whatsapp
Join Now