ବର୍ଷର ଶେଷ ଦିନ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ

ପୁରୀ: ବିଦାୟୀ ବର୍ଷ ୨୦୨୨ର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଲକ୍ଷାଧିକ ଭକ୍ତ। ନୂଆବର୍ଷରେ ନୂଆ ଢ଼ଙ୍ଗରେ ଜୀବନର କାର୍ଯ୍ୟାଧାରା ଆରମ୍ଭ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡରେ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆଜି ରାତି ଗୋଟାଏରୁ ଇଂରାଜୀ ନୂତନ ବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ପାଇପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଇଂରାଜୀ ନବବର୍ଷ ୨୦୨୩ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ୨୦୨୨ ବର୍ଷର ବିଦାୟ ଦିନରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ନିଜ ପରିବାରର‌ ମଙ୍ଗଳ କାମନା ସହ ସବୁଆଡେ ସୁଖ, ସମୃଦ୍ଧି, ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଚରଣରେ ନତମସ୍ତକ ହୋଇ ପ୍ରାର୍ଥନା କରିଛନ୍ତି। ୨୦୨୨ ବର୍ଷର ଆଜି ଶେଷ ଦିନରେ ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ ଭକ୍ତଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଥିଲା ବଡ଼ଦାଣ୍ଡରେ। ଲାଇନ୍ ଭିତରେ ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଠିଆ ହୋଇ କଷ୍ଟକୁ ଖାତିରି ନକରି ଅତି ଆନନ୍ଦରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେହିପରି ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ବି ସତର୍କ ଓ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେଇଥିଲା। ଇଂରାଜୀ ନୂତନ ବର୍ଷ ଅବସରରେ ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରି ରହିଛନ୍ତି। ଗତ ଦୁଇବର୍ଷ ହେବ କୋଭିଡ କଟକଣା ହେତୁ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ପ୍ରତିବର୍ଷ ଯେତିକି ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି ତାହାର ଦୁଇଗୁଣା ଭିଡ ଜମିବ ବୋଲି ଅନୁମାନ କରିଛି ପ୍ରଶାସନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି। ସେପଟେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ଉଠା ଦୋକାନକୁ ବନ୍ଦ କରାଯାଇଛି। ଶନିବାର ଓ ରବିବାର ଏହି ଦୁଇଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ ରହିବ। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଓ ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ 0ଗୁରୁତ୍ୱ ଦିଆଯାଇଥିବା ଜିଲ୍ଲାପାଳp କହିଛନ୍ତି।

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସମୟ ଯେତିକି ପାଖଉଛି ପୁରୀରେ ଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ସେତିକି ଆଗ୍ରହ ବଢ଼ିବାରେ ଲାଗିଛି।

ସମ୍ୱିତ ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *