କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ଯୋଜନା

ବରଗଡ଼: ଆଜି ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରାରେ ରଂଗସଭା ଆୟୋଜନ କରି କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ଯୋଜନା ହୋଇଛି । ନାରଦ ମୁନୀଙ୍କ ପ୍ରସ୍ତାବରେ “ଧନୁଯାତ୍ରା ମହୋତ୍ସବ’ ର ଘୋଷଣା, ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରାହରଣ ଏବଂ କୃଷ୍ଣବଳରାମ ଙ୍କ ବାଲ୍ୟଲିଳା ପ୍ରଦର୍ଶିତ ହୋଇଛି।

ସେହିପରି ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲିଳାଖେଳା ଚାଲିଥିବା ବେଳେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଯାମଳାର୍ଜ୍ଜୁନ ଭଞ୍ଜନ, କଳୀୟ ଦଳନ ହୋଇଥିଲା । ସେହିପରି ମଥୁରାରେ ମହାରାଜ କଂସ , ଜରାସନ୍ଧ କୁ ପରାସ୍ତ କରି ହେତି ଓ ପ୍ରହେତି ଙ୍କୁ ବିବାହ କରିଛନ୍ତି ଏବଂ କୃଷ୍ଣଙ୍କୁ ନିହତ କରିବା ଉଦେଶ୍ୟରେ ରଂଗସଭା ଆୟୋଜନ ପାଇଁ ଯୋଜନା  କରିଛନ୍ତି ।

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ  ଚାଲିଚି କୃଷ୍ଣଙ୍କ ଲୀଳାଖେଳା  । ଗୋପପୁରରେ କୃଷ୍ଣ କେତେବେଳେ ଲହୁଣୀ ଚୋରି କରୁଛନ୍ତି ତ କେତେବେଳେ ଗୋପାଳ ବାଳକଙ୍କ ସହ ବଣଭୋଜିରେ ମାତିଛନ୍ତି ତ କେତେବେଳେ ଲହୁଣୀ ଚୋରିକରିଛନ୍ତି। ଦିନେ ଲହୁଣୀ ଚୋରି କରିବା ବେଳେ ମାଁ ଯଶୋଦାଙ୍କ ହାତରେ ଧରାପଡ଼ିଛନ୍ତି ଏବଂ ମାଁ ଯଶୋଦା ଦଉଡ଼ିରେ ବାନ୍ଧି ଦେଇଥିବା ବେଳେ ନଟଖଟିଆ କାହ୍ନା ଯାମଳାର୍ଜ୍ଜୁନ ଭଞ୍ଜନ କରି ଶାପଗ୍ରସ୍ତ ଦୁଇଭାଇଙ୍କୁ ଉଦ୍ଧାର କରିଛନ୍ତି । ଏହି ଅବସରରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦିନକୁ ଦିନ କାଳିୟ ନାଗର ଦର୍ପଦଳନ ପାଇଁ କାଳିନ୍ଦି ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳିନାଗ ସହ ଯୁଦ୍ଧ କରି ତାର ଗର୍ବ ଚୁର୍ଣ୍ଣ କରିଛନ୍ତି ଶ୍ରୀକୃଷ୍ଣ ।

ଅନ୍ୟପଟେ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରି ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ଏତିକି ବେଳେ କାଳିୟ ନାଗର ଦର୍ପଦଳନ ଖବର ଆସିଛି ଗୋପପୁରରୁ । ଏଥିରେ ବ୍ୟଥିତ ନହୋଇ କଳେ ବଳେ କୌଶଳେ କେମିତି କୃଷ୍ଣ ବଳରାମ ଙ୍କୁ ହତ୍ୟା କରିବେ ସେ ନେଇ ଷଢ଼ଯନ୍ତ୍ର କରିବା ସହ ରଂଗସଭାର ଆୟୋଜନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *