କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସାନଘାଗରା । ଘଟଗାଁ ମା ତାରିଣୀଙ୍କୁ ଦର୍ଶନ ପରେ ସାନଘାଗରା ବୁଲି ଭରପୁର ଆନନ୍ଦ ଉଠାଇଥାନ୍ତି ପର୍ଯ୍ୟଟକ । ଏଠାକାର ବଣ, ପାହାଡ, ଓ ଝରଣାର ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ଆକୃଷ୍ଠ କରିଥାଏ ।
କେନ୍ଦୁଝର ସହରରୁ ମାତ୍ର ୫କିଲୋମିଟର ଦୂରରେ ରହିଛି ସାନଘାଗରା । ପିକନିକ ଋତୁ ଚାଲିଥିବାରୁ ବର୍ତ୍ତମାନ ଏଠାକୁ ଓଡିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଘାଟିରାସ୍ତା ଚଢି ଏହି ସ୍ଥାନକୁ ଯିବାର ମଜା ଟିକିଏ ନିଆରା । ପର୍ଯ୍ୟଟକମାନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ଉଠାଇବା ସହ ବଣ ଭୋଜି ଓ ବୋଟିଂର ମଜା ଉଠାଇଥାନ୍ତି। ତେବେ ସାନଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜଳପ୍ରପାତ । ଜଳପ୍ରପାତ ସ୍ଥଳ ପୂର୍ବରୁ ପଡେ ସୌନ୍ଦର୍ଯ୍ୟଭରା ପାର୍କ । ଯେଉଁଠି ଦର୍ଶକମାନେ ମନଭରି ସେଲ୍ଫି ଉଠାଇଥାନ୍ତି । ପାହାଡ ଉପରୁ ଖସୁଥିବା ଝରଣାର ଶୁଭ୍ର ଜଳରାଶି ପର୍ଯ୍ୟଟକମାନଙ୍କ ମନ ମୋହିଥାଏ ।
ସାନଘାଗରାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବି ଏହି ପିକନିକ୍ ଋତୁରେ ଭଲ ଦି ପଇସା ରୋଜଗାର କରୁଛନ୍ତି । ଗୋଟେପଟେ ସାନଘାଗରରେ ରୋପ ୱେ କରାଗଲେ , ଅଧିକ ଉପଭୋଗ କରିପାରନ୍ତେ ବୋଲି ପର୍ଯ୍ୟଟକ ମାନେ କହିଥିବାବେଳେ ଅନ୍ୟ ପଟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି ସାନଘାଗରାର ପରିବେଶକୁ ଅଧିକ ଆର୍କଷଣୀୟ କରିବାକୁ ସରକାର ଙ୍କ ପକ୍ଷରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି । ଯାହା ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ଅଧିକ ମାତ୍ରାରେ ଆକୃଷ୍ଟ କରିବ …
ସରକାର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି , ତାହା ଦେଖିବାକୁ ବାକି ରହିଲା।
ପାର୍ଥ ମିଶ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now