ବୋରୱେଲ ଟ୍ରାଜେଡିର ପୁନରାବୃତ୍ତି

ଲକ୍ଷ୍ନୌ: ବୋରୱେଲରେ ପଡିଥିଲେ ମଧ୍ୟ ମୃତ୍ୟୁକୁ ମାତ ଦେଇ ମାତ୍ର କିଛି ଘଣ୍ଟାରେ ଉଦ୍ଧର ହୋଇଛନ୍ତି ୬ ବର୍ଷର ଶିଶୁ।  ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶିଶୁଟି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲେ। ସଙ୍ଗେ ସଙ୍ଗେ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ମାତ୍ର କିଛି ଘଣ୍ଟାର ପରିଶ୍ରମ ପରେ ସଂଧ୍ୟା ପ୍ରାୟ ସାଢେ ୫ଟା ସୁଦ୍ଧା ୪୦ଫୁଟ ତଳୁ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ତେବେ ଏହା ପୂର୍ବରୁ ଗତ ବର୍ଷ ଦୁଇଦୁଇ ଥର ବୋରୱେଲ ଟ୍ରାଜେଡି ଦେଖିବାକୁ ମିଳିଥିଲା। ଛତିଶଗଡର ଚାମ୍ପା ଜିଲ୍ଲାର ଜାଞ୍ଜଗିରରେ ୧୧ ବର୍ଷୀୟ ଦିବ୍ୟାଙ୍ଗ ରାହୁଲ ସାହୁ ବରୱେଲରେ ପଡିଥିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଦୀର୍ଘ 104 ଘଣ୍ଟାର ନିରନ୍ତର ଉଦ୍ୟମ ପରେ ରେସ୍କ୍ୟୁ ଟିମ୍ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ପରେ ଡିସେମ୍ବର ମାସରେ ପୁଣି ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲାରେ 8 ବର୍ଷର ବାଳକ ତନ୍ମୟ ବରୱେଲରେ ଖସିପଡିଥିଲା। ୮୨ ଘଣ୍ଟା ଧରି ତନ୍ମୟର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଉଦ୍ଧାରକାରୀ ଦଳର ସବୁ ଚେଷ୍ଟା ଶେଷରେ ନିଷ୍ଫଳ ହୋଇଥିଲା। କାରଣ ଉଦ୍ଧାରକାରୀ ତନ୍ମୟଙ୍କ ନିକଟରେ ପହଞ୍ଚିବା ବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *