ଜାନୁଆରୀ ୧୫ରୁ କଡା ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ

() ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ତାଗିଦ l ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆସିଲା ନୂଆ ନୋଟିସ l ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ କଡାକଡି ଚେକିଂl ୧ ରୁ ୬ ମଧ୍ୟରେ ଯେଉଁ ମାନଙ୍କର ନମ୍ବର ପ୍ଲେଟର ଶେଷ ଅଙ୍କ ରହିଛି ସେମାନଙ୍କ ପାଇଁ ଜାନୁଆରୀ ୧୫ ରୁ ଆରମ୍ଭ ହେବ ଚେକିଂ l ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନଥିଲେ ୫ ରୁ ୧୦ ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ l ଯେଉଁ ମାନେ ଏନେଇ ଅବହେଳା କରିଥିଲେ ବର୍ତ୍ତମାନ ସେମାନଙ୍କର ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଲଗାଯାଉଥିବା ସ୍ଥାନରେ ଭିଡ଼ ଦେଖିବାକୁ  ମିଳିଛି।

ଜାନୁଆରୀ ୧୫ରୁ କଡାକଡି ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ। ନମ୍ବର ପ୍ଲେଟ ଲଗାଇ ନଥିଲେ ଭରିବାକୁ ପଡିବ ୫ ରୁ ୧୦ ହଜାର ଟଙ୍କାର ଜରିମାନା। ୧-୬ ଅଙ୍କ ଥିବା ନମ୍ବର ବିଶିଷ୍ଟ  ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୨ ପାଇଁ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ  ପକ୍ଷରୁ ଏକ ନୋଟିସ ଆସିଛି ଯେ  ୧-୬ ମଧ୍ୟରେ ଯେଉଁ ମାନଙ୍କର ନମ୍ବର ପ୍ଲେଟର ଶେଷ ଅଙ୍କ ରହିଛି ସେମାନଙ୍କ ପାଇଁ ଜାନୁଆରୀ ୧୫ ରୁ ଆରମ୍ଭ ହେବ ଚେକିଂ।  ଅନ୍ୟପଟେ ୭ ଅଥବା ୮ ଶେଷ ନମ୍ବର ବିଶିଷ୍ଟ ଗାଡି ଗୁଡିକ ପାଇଁ ୩୧ ଜାନୁଆରୀ ୨୦୨୩କୁ ଧାର୍ଯ୍ୟ କରାଯାଇଛି । ଏବଂ ୯ ଓ ୦ ଅଙ୍କ ବିଶିଷ୍ଟ ସଂଖ୍ୟା ପାଇଁ ଫେବୃଆରୀ ୨୮ କୁ ଦିନ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ପରିବହନ ବିଭାଗର ଏମିତି ଅଚାନକ ନୋଟିସକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ । ଏବଂ ଅନ୍ୟ କେତେଜଣ ମତ ଦେଇଛନ୍ତି ଯେ, ନମ୍ବର ପ୍ଲେଟ ପାଇଁ ସରକାର ଯଥେଷ୍ଟ ସମୟ ଦେଇଛନ୍ତି ଏବେ ଚେକିଂ ଆରମ୍ଭ କରିବା ଯୁକ୍ତିଯୁକ୍ତ।  

ଅନ୍ୟପଟେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଉଥିବା ସୋରୁମ୍ କର୍ମଚାରୀ କହିଛନ୍ତି ଯେ,  ସ୍ଲଟ ଆସିଲେ ମଧ୍ୟ ଲୋକ ମାନେ ସଠିକ୍ ସମୟରେ ଆସୁନାହାନ୍ତି । ଏବେ ନୋଟିସ ପାଇଁ ଅଯଥା ଭିଡ଼ ଜମାଉଛନ୍ତି ।

 ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *