ହିମାଚଳ ତୁଷାର ପାତରେ ଜନଜୀବନ ଅସ୍ତବ୍ୟସ୍ତ

ସିମଲା: ବିଗତ ୨ ଦିନରେ ହିମାଚଳ ପ୍ରଦେଶରେ ହେଉଥିବା ଭାରି ହିମପାତ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ତିଷାରପାତରେ ରାଜ୍ୟର ୩ ଜାତୀୟ ରାଜପଥକୁ ମିଶାଇ ୩୫୫ ରାସ୍ତା ବ୍ଲକ ହୋଇଯାଇଛି। କୁଲ୍ଲୁ ନିକଟବର୍ତ୍ତୀ ଏନଏଚ ୩୦୫ ଓ ରୋହତଙ୍ଗ ପାସ ଏନଏଚ ୩ରେ ଯାତାୟାତ ଠପ ହୋଇଯାଇଛି। ସେହିପରି   ହିମପାତ ପାଇଁ ଗ୍ରାମ୍ଫୁରୁ ଲୋସାରକୁ ସଂଯୋଗ କରୁଥିବା ଏନଏଚ ୫୦୫ ଓ ଡର୍ଚାରୁ ସୁର୍ଚୁ ମଧ୍ୟବର୍ତ୍ତୀ ଏନଏଚ୩କୁ ଗ୍ରୀଷ୍ମକାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ତୁଷାରପାତରେ ରାଜ୍ୟର ମୋଟ ୧୯୪ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ସେଥିମଧ୍ୟରୁ ଚମ୍ବାର ୧୨୫ ବିଦ୍ୟୁତ ସବଷ୍ଟେସନରୁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି।  ଖାଲି ବିଦ୍ୟୁତ୍ ନୁହେଁ ରାଜ୍ୟରେ ଖରାପ ପାଗ ପାଇଁ ୧୯ ଜଳ ଯୋଗାଣ କେନ୍ଦ୍ର ବନ୍ଦ ରହିଛି। ଫଳରେ ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି।

ବରଫ ପାତ ପାଇଁ ରାଜ୍ୟର ତାପମାତ୍ରା ମଧ୍ୟ ଶନିବାର ହ୍ରାସ ପାଇଛି। ସକାଳୁ ଲୁହାଲ ସ୍ପିତି ଜିଲ୍ଲାର ତାପମାତ୍ରା ହ୍ରାସ ପାଇ ୭.୮ ଡିଗ୍ରୀରେ ପହଞ୍ଚିଥିବା ବେଳେ ସିମଲାରେ ୨.୩ ଡିଗ୍ରୀ, ଧର୍ମଶାଳାରେ ୪.୨, ଉନା-୪, ସୋଲନ-୦.୮ ଓ ମନାଲିର ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *