ଚତୁର୍ଦ୍ଦଶ ତ୍ରିବେଣୀ ମେଳା ପାଇଁ ଉତ୍ସବ ମୁଖର ପରିବେଶ

ଭଣ୍ଡାରୀପୋଖରୀ: କାହିଁ କେଉଁ କାଳରୁ ବୈତରଣୀ ନଦୀ କୂଳରେ ପୂଜା ପାଆନ୍ତି ମା ତାରିଣୀ । ମାଙ୍କ ପୀଠରେ ତ୍ରିବେଣୀ ମେଳା ଆୟୋଜନ କରାଯାଉଛି । ଯାହାକୁ ନେଇ ସମଗ୍ର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଛି । ତାସହ ମାଙ୍କ ପୂଜା ଦେଖିବା ପାଇଁ ପ୍ରତ୍ୟକ ଦିନ ଜମୁଛି ଭକ୍ତଙ୍କ ଭିଡ଼।

ଚତୁର୍ଦ୍ଦଶ ତ୍ରିବେଣୀ ମେଳା ଉପଲକ୍ଷେ ସମ୍ପୂର୍ଣ୍ଣ ପରିବେଶ ଉତ୍ସବ ମୁଖର ହୋଇଛି । ମା ତାରିଣୀଙ୍କ ଏହି ମେଳା ଦେଖିବାକୁ ହଜାର ହଜାର ଭକ୍ତ ଧାଇଁ ଆସୁଛନ୍ତି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ଗ୍ରାମପଞ୍ଚାୟତର ମା ତାରିଣୀଙ୍କ ପୀଠକୁ । କେଉଁ ଆଵାହମାନ କାଳରୁ ମା ତାରିଣୀ ପୂଣ୍ୟତୟା ଵୈତରଣୀ କୂଳରେ ଆଦ୍ୟ ଦେଵୀ ଭାବେ ପୂଜା ପାଉଥିବା ବେଳେ ୪ ବର୍ଷ ହେବ ତ୍ରିବେଣୀ ମେଳା ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଗ୍ରାମବାସୀଙ୍କ ତରଫରୁ ଵେଶ ଧୁମଧାମରେ ମେଳାକୁ ପାଳନ କରାଯାଉଛି। ଅମାବାସ୍ୟା ତିଥିରେ ସକାଳୁ ସକାଳୁ ମାଙ୍କ ସ୍ନାନ, ସକାଳ ଧୂପ, ଆଳତୀ ଅନୁଷ୍ଠିତ ହୋଇଥିଲା । ତାସହ ପୀଠରେ ଵିଶ୍ଵ ଶାନ୍ତି ପାଇଁ ହୋମଯଜ୍ଞ ଓ ଚଣ୍ଡିପାଠ ମଧ୍ୟ ଆୟୋଜନ କରାଯାଇଥିଲା ।

ବୈତରଣୀ ନଦୀ କୂଳରେ ମା ତାରିଣୀ ଙ୍କ ମେଳା ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିବା ସହ ପ୍ରତେକ ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ ।

ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *