ବୌଦ୍ଧ: ବୌଦ୍ଧ-ସୋନପୁର ମଧ୍ୟବର୍ତ୍ତୀ ୫୭ ନମ୍ବର ଜାତୀୟ ରାଜପଥର ବହିରା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସୋନପୁର ପଟରୁ ଦୃତ ଗତିରେ ଯାଉଥିବା
୫୭ ଜାତୀୟ ରାଜପଥରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ଅଇଁଲାପାଲି ଗ୍ରାମ ପଂଚାୟତକୁ ପତାକା ଉତୋଳନ କରିବାକୁ ଯାଉଥିବା ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଏବଂ ଜଣେ ବ୍ୟବସାୟୀ ରବୀ ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।
ଘଟଣା ସ୍ଥଳରେ ଉତେଜନା ଜାରି ରହିବା ସହ ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯାହା ଫଳରେ ଉଭୟ ପଟରେ ଶହ ଶହ ଗାଡି ମୋଟର ଅଟକି ରହିଛି । ସେପଟେ ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାଇବାକୁ ଚେଷ୍ଟା ଜାରି ରଖିବାସହ ତଦନ୍ତ ଆରମ୍ଭ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now