ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ

() ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ରବିବାର ବ୍ରଜରାଜ ନଗରକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ। ମନ୍ତ୍ରୀଙ୍କ ପରଲୋକ ଖବର ମିଳିବା ପରେ ହସ୍ପିଟାଲକୁ ଛୁଟିଛି ନେତା ମନ୍ତ୍ରୀଙ୍କ ସୁଅ। ସେପଟେ ଏହି ଖବରରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଖେଳିଯାଇଛି ଶୋକର ଲହରୀ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ୭ ଜାନୁଆରୀ ୧୯୬୨ରେ ଝାରସୁଗୁଡାରେ ତାଙ୍କ ଜନ୍ମ ହୋଇଥିଲା। ଛାତ୍ର ଜୀବନରୁ ତାଙ୍କର ଥିଲା ରାଜନୀତିରେ ରୁଚି। ପ୍ରାରମ୍ଭିକ ଅବସ୍ଥାରୁ ସେ କଂଗ୍ରେସ ସହ ଜଡିତ ଥିଲେ।  ୧୯୮୦ରେ ସେ ସମ୍ବଲପୁର କଲେଜରେ ଅଧ୍ୟୟନ କରିବା ସମୟରେ ଛାତ୍ର ନେତା ଭାବେ ଉଭା ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଛାତ୍ର ଜୀବନ ପରେ କଂଗ୍ରେସରେ ବିଧିବଦ୍ଧ ଯୋଗ ଦେବା ସହ ଝାରସୁଗୁଡା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାୟକ ହୋଇଥିଲେ। ତେବେ ୨୦୦୫ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଟିକେଟ ପାଇଥିଲେ ମଧ୍ୟ ପରାଜୟ ବରଣ କରିଥିଲେ।  ପରେ ୨୦୦୯ ଓ ୨୦୧୪ରେ ତାଙ୍କୁ ପୁଣି ଦଳ ସେଠାରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟ ହାସଲ କରିଥିଲା।  ପରବର୍ତ୍ତୀ ସମୟରେ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ସହ ସେଠାରୁ ବିଜୟୀ ହୋଇଥିଲେ। ବିଜେଡିରେ ନବ ଦାସ ନବାଗତ ହୋଇଥିଲେ ମଧ୍ୟ ତାଙ୍କ ରାଜନୈତିକ ଯୋଗ୍ୟତା ତଥା ତାଙ୍କ ଅଞ୍ଚଳରେ ଲୋକପ୍ରିୟତାକୁ ନେଇ ତାଙ୍କୁ ପ୍ରଥମ ଥରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  

ତେବେ ବିଭିନ୍ନ ସମୟରେ ସେ ନାନା ବିବାଦରେ ଘେରି ରହୁଥିଲେ। କେତେବେଳେ ନିଜ ଆଭିଜାତ୍ୟପୂର୍ଣ୍ଣ ଜୀବନଶୈଳୀକୁ ନେଇ ତ ପୁଣି କେତେବେଳେ ନିଜର ବ୍ୟବସାୟ, ଲକ୍ଜୁରିୟସ କାର, ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ନେଇ। ନିକଟରେ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ଏକ କୋଟିର ସୁନା ମୁକୁଟ ଦାନ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *