ଝାରସୁଗୁଡା ବାସ ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାର୍ଥିବ ଶରୀର

() ଝାରସୁଗୁଡାର ସରବାହାଲସ୍ଥିତ ବାସ ଭବନରେ ପହଞ୍ଚିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାର୍ଥିବ ଶରୀର। ପାର୍ଥିବ ଶରୀର ପହଞ୍ଚିବା ବେଳେକୁ ଅଞ୍ଚଳ ସମ୍ପୂର୍ଣ୍ଣ ଲୋକାରଣ୍ୟ। ତାଙ୍କ ସମର୍ଥକଙ୍କ ସହ ସବୁ ଦଳର ନେତୃବୃନ୍ଦ ବାସ ଭବନରେ ତାଙ୍କ ଶେଷ ଦର୍ଶନ କରୁଛନ୍ତି। ଶେଷ ଦର୍ଶନ ପରେ ଶେଷ ଯାତ୍ରାରେ ବାହାରିବେ ସ୍ବାସ୍ଥ୍ୟ ମନ୍ତ୍ରୀ।

ଝାରସୁଗୁଡା ଅଭିମୁଖେ ନବ ଦାସଙ୍କ ପାର୍ଥିବ ଶରୀର ବାହାରିବା ପୂର୍ବରୁ ଆଜି ସକାଳୁ ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ବହୁ ନେତା ମନ୍ତ୍ରୀ ପହଞ୍ଚିଥିଲେ। ଏହାପରେ ପାର୍ଟି ଅଫିସକୁ ବାହାରିଥିଲା ମରଶରୀର। ସେଠାରେ ନେତୃବୃନ୍ଦଙ୍କ ଶେଷ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ମଧ୍ୟ ପାର୍ଟି ଅଫିସରେ ସବୁ ଦଳର ନେତା, ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଭିଡ ଜମିଥିଲା ଶ୍ରଦ୍ଧାଞ୍ଜଳି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ରାତିରେ ନବ ଦାସଙ୍କ ମରଶରୀର ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସୂଚନାଯୋଗ୍ୟ, ରବିବାର ବ୍ରଜରାଜ ନଗରରେ ଅନୁଷ୍ଠିତ ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ସେ ନିଜ ଗାଡିରୁ ବାହାରିବା ସମୟରେ ଦିନ ୧୨.୩୦ରେ ତାଙ୍କ ଉପରକୁ ଜଣେ ଏଏସଆଇ ଅତି ନିକଟରୁ ଗୁଳିମାଡ କରିଥିଲେ। ଏହା ପରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଦିନ ୧ଟାରେ ଏୟାର ଲିପ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରି ତାଙ୍କୁ ବଞ୍ଚାଇବା ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଚେଷ୍ଟା ବ୍ୟର୍ଥ ଯାଇଥିଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ପୁଲିସ ନିଜ ହଜାତକୁ ନେଇ ପଚରା ଉଚରା କରୁଥିବା ବେଳେ ସେ ଜଣେ ମାନସିକ ରୋଗୀ ଓ ଏଥିପାଇଁ ଦୀର୍ଘ ବର୍ଷରୁ ଚିକିତ୍ସା ଚଲିଥିବା କହିଛନ୍ତି ତାଙ୍କ ସ୍ତ୍ରୀ। ସେପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଦେବା ସହ ଏକ ୫ ଜଣିଆ ଟିମ ଗଠନ କରାଯାଇଛି। ଏହି ଟିମର ନେତୃତ୍ବ ନେଇଛନ୍ତି ପରି ହତ୍ୟାର ତଦନ୍ତ କରିଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରା। ଟିମ ଘଟଣାସ୍ଥଳରେ ପହଞ୍ଚି ନିଜର ତଦନ୍ତ ଆଗେଇ ନେଉଛନ୍ତି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *