ପୁଣି ସୀମାରେ ରାସ୍ତା ନିର୍ମାଣକୁ ନେଇ ବିବାଦ 

ବିଷମକଟକ: ଓଡିଶା- ଆନ୍ଧ୍ରପ୍ରଦେଶ ରାସ୍ତା ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି।  ଯାହାକୁ ନେଇ ଉତ୍ତେଜନା , ଠେଲାପେଲା ପରିସ୍ଥିତି ଉପୁଜିଛି  ।  ସେପଟେ ଏହି ବିବାଦର ସମାଧାନ ଦିଗରେ ଚାଲିଛି ଶାନ୍ତିପୂର୍ଣ୍ଣ ଆଲୋଚନା  ।   ତେବେ କାହିଁକି ଏଭଳି ପରିସ୍ଥିତି ଉପୁଜିଛି?

ଚାପା ଉତ୍ତେଜନା ସହ ଠେଲାପେଲା ଓ ଗାଳିଗୁଲଜ  । ଆଉ ଦେଖନ୍ତୁ ପ୍ରଶାସନିକ ଅଧିକାରୀ ପହଞ୍ଚି ସମାଧାନର ବାଟ ବାହାର କରୁଛନ୍ତି  ।  ଏହି ଦୃଶ୍ୟଟି ହେଇଛି ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଗୁମ୍ମାଲକ୍ଷ୍ମୀପୁର ବ୍ଲକ ଗୁଇପକା ପଞ୍ଚାୟତ ଗୁରାଲାଙ୍କା ଓ ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଦୁର୍ଗାପାଦୁ ପଞ୍ଚାୟତ ପଲାମତୁଳସୀ ଗାଁ ସୀମାନ୍ତ ଅଞ୍ଚଳର ।  ଆନ୍ଧ୍ରର ଗୁରାଳାଙ୍କା ଠାରୁ ୱେଡିଙ୍ଗି ପର୍ଯ୍ୟନ୍ତ ଓଡିଶା ସୀମା ଭିତର ପ୍ରବେଶ କରି ରାସ୍ତା ନିର୍ମାଣ କରୁଥିବାରୁ ଓଡିଶା ବାସି ଏହାକୁ ବିରୋଧ କରୁଥିଲେ। ଏବେ ଏହାକୁ ନେଇ ଦେଖା ଦେଇଛି ବିବାଦ ଓ ଲାଗିରହିଛି ଉତ୍ତେଜନା।

ଗତ ଦୁଇ ମାସ ଧରି ଆନ୍ଧ୍ର ପ୍ରଦେଶ ଜବର ଦଖଲ କରୁଛି ଓଡ଼ିଶାର ସୀମା ରାୟଗଡା  ଜିଲ୍ଲାର ସୀମାନ୍ତ ଅଞ୍ଚଳରେ। ରାୟଗଡା ବ୍ଲକ ଦୁର୍ଗାପାଡୁ ପଞ୍ଚାୟତର ସୀମାବର୍ତି ଗ୍ରାମ ପାଲମ୍ ତୁଳସୀରେ  ଆନ୍ଧ୍ରପ୍ରଦେଶର ସରକାର  ଓଡ଼ିଶା ସୀମା ଅଞ୍ଚଳ ୫୦୦ ମିଟର ସ୍ଥାନ ଜବର ଦଖଲ କରି ସଡ଼କ ନିର୍ମାଣ କରୁଥିଲେ ଏହାକୁ ପ୍ରତିବାଦ କରି ଓଡ଼ିଶା ସରକାରଙ୍କ ରାୟଗଡା  ତହସିଲଦାର  ତାପସ ରାଉତ, ବ୍ଲକ ଅଧିକାରୀ,  ଚାଷୀ ଏକତା ପରିଷଦର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କାମ ରୋକି ଥିଲେ। ଉଭୟ ସରକାର କର୍ମଚାରୀଙ୍କ ସହିତ ଆଲୋଚନା କରି ଜାନୁଆରୀ ୩୧ ତାରିଖ ଦିନ ସୀମା ଚିହ୍ନଟ କରିବେ ବୋଲି ସ୍ଥିର କରାଯାଇଥିଲା, ଜାନୁଆରୀ ୩୧ ତାରିଖ ଦିନ ଓଡ଼ିଶା ସରକାର ଅଧିକାରୀ ସଠିକ ସମୟରେ ସୀମା ଅଞ୍ଚଳରେ ପହଞ୍ଚି ଥିଲେ, କିନ୍ତୁ ଆନ୍ଧ୍ର ପ୍ରଦେଶର ସରକାର  ତରଫରୁ କୌଣସି ସରକାର କର୍ମଚାରୀ ଉପସ୍ଥିତ ହୋଇ ନ ଥିଲେ। । ଯାହାକୁ ନେଇ ଓଡ଼ିଶା ସରକାର ତରଫରୁ ସୀମା ଚିହ୍ନଟ କରି ଓଡ଼ିଶା ସିମାରେ ସ୍ତମ୍ଭ ପୋତି ଥିଲେ

ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ପହଞ୍ଚି ସୀମା ନିର୍ଦ୍ଧାରଣ କରିଛନ୍ତି ତାହା ସତ , ତଥାପି ସ୍ଥାନୀୟ ବାସିନ୍ଦା ଓ ସରପଞ୍ଚ ଆନ୍ଧ୍ର ସରକାରଙ୍କ ଉପରେ ଭରସା କରିପାରୁ ନାହାଁନ୍ତି।

ଜୀ.ଶ୍ରୀନିବାଶଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *