ତଳିଆ କର୍ମଚାରୀଙ୍କ ନାଁରେ ଜଙ୍ଗଲର ନାମକରଣ

() ତଳିଆ କର୍ମଚାରୀଙ୍କ ନାଁରେ ଜଙ୍ଗଲର ନାମକରଣ । ତାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ ଉପରିସ୍ଥ ଅଧିକାରୀ ସେହି ଜଙ୍ଗଲକୁ ବନରକ୍ଷୀଙ୍କ ନାମରେ ନାମକରଣ କରିଛନ୍ତି। ଯାହା ଉଦାହରଣ ସଜିଛି ।

ତଳିଆ କର୍ମଚାରୀଙ୍କ ନାଁରେ ଜଙ୍ଗଲର ନାମକରଣ । ତାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ ଉପରିସ୍ଥ ଅଧିକାରୀ ସେହି ଜଙ୍ଗଲକୁ ବନରକ୍ଷୀଙ୍କ ନାମରେ ନାମକରଣ କରିଛନ୍ତି। ଯାହା ଉଦାହରଣ ସଜିଛି । ଆମେ କହୁଛୁ କେନ୍ଦୁଝର ସଦର ବ୍ଲକ ବାଉରିପଦା ଗ୍ରାମ ପଂଚାୟତ ଅନ୍ତର୍ଗତ ମହାଦେବପୁର ଗାଁ କଥା । ଗାଁ ପାଖରେ ପ୍ରାୟ ୭୦ ହେକ୍ଟର ଜମି ପଡିଆ ପଡିଥିଲାବେଳେ ୨୦୨୧-୨୨ରେ ଏଠାରେ ପ୍ରାରମ୍ଭିକ ଭାବେ ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ଯାହା ବନରକ୍ଷୀ ମିତ୍ରଭାନୁ ନାଏକ ଙ୍କ ପାଇଁ ସମ୍ଭବ ହୋଇ ପାରିଛି । ମହାଦେବପୁର ଏବଂ ପୋଟଳ ଗାଁକୁ ଯାଇ ପ୍ରଥମେ ଲୋକଙ୍କୁ ବୁଝାଇବା ପରେ ସେଠାରେ ଗଛ ଲଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମିତ୍ରଭାନୁଙ୍କ ଆଗ୍ରହରେ ୨୦ ହେକ୍ଟର ଜମିରେ ୩୨ ହଜାରଟି ଫଳ ଗଛ ଲଗାଗଲା। ସବୁଠୁ ବଡ କଥା ହେଉଛି ବନରକ୍ଷୀଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏହି ଗଛଗୁଡିକ ଏବେ ୭ ଫୁଟରୁ ଅଧିକ ଉଚ୍ଚତା‌ରେ ବଢ଼ିବାରେ ଲାଗିଛି।

ମିତ୍ରଭାନୁଙ୍କ ତ୍ୟାଗ ଓ ନିଷ୍ଠାକୁ ସ୍ବୀକୃତି ଦେଇ ବନ ବିଭାଗ ଏହି ଫଳ ଜଙ୍ଗଲର ନାମ ‘ମିତ୍ରଭାନୁ ବନ’ ରଖିଛନ୍ତି । ଏବେ ଡିଏଫ୍‌ଓ ଏଚ.ଡି ଧନରାଜ ଏଠାରେ ଆହୁରି ବନୀକରଣ କରିବାକୁ ଯୋଜନା କରିଛନ୍ତି । କେନ୍ଦୁଝର ଡିଏଫଓଙ୍କର କହିବା କଥା ହେଲା ପ୍ରକୃତରେ ବନ ବିଭାଗର ତଳିଆ କର୍ମଚାରୀ ମାନେ ପ୍ରକୃତିର ସୁରକ୍ଷା ।

ତେବେ ମିତ୍ରଭାନୁ ନାଏକ ଙ୍କ ଉଦ୍ୟମ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *