ସରକାରଙ୍କ ସୁଦୃଷ୍ଟି ଅପେକ୍ଷାରେ ବିରଞ୍ଚିନାରାୟଣ କ୍ଷେତ୍ର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆ ଗ୍ରାମରେ ଅବସ୍ଥିତ ଐତିହାସିକ ବିରଞ୍ଚିନାରାୟଣଙ୍କ କ୍ଷେତ୍ର। ଯେଉଁଠି ପୂଜା ପାଇଥାନ୍ତି ପ୍ରଭୁ ସୂର୍ଯ୍ୟ । ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ପୀଠରେ ଅନୁଷ୍ଠିତ ହୋଇଛି ଗୁଣ୍ଡୁଣୀ ମେଳା । ଏହି ଐତିହାସିକ ମେଳାରେ ବିରଞ୍ଚି ନାରାୟଣଙ୍କ ନିକଟରେ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ରୋଗରୁ ଉପଶମ ପରେ, ଫୁଲଛତା ଅର୍ପଣ କରି ମାନସିକ ପୂର୍ଣ୍ଣ କରିଥାନ୍ତି। ଭଦ୍ରକ ଦେଖିବା ଏହି ରିପୋର୍ଟ।….

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆ ଗ୍ରାମରେ ଅବସ୍ଥିତ ଐତିହାସିକ ବିରଞ୍ଚିନାରାୟଣଙ୍କ କ୍ଷେତ୍ର। ଯେଉଁଠି ପୂଜା ପାଇଥାନ୍ତି ପ୍ରଭୁ ସୂର୍ଯ୍ୟ । ତେବେ ପରମ୍ପରା ଅନୁଯାୟୀ ଅଗିରା ପୂର୍ଣ୍ଣମୀ ପରେ ଅନୁଷ୍ଠିତ ହୋଇଛି ଗୁଣ୍ଡୁଣୀ ମେଳା । ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଏହି ମନ୍ଦିରର ଚର୍ତୁଃ ପାର୍ଶ୍ଵରେ ୪ଟି ଦ୍ଵାର ରହିଥିବା ବେଳେ ମଝିରେ ଚର୍ତୁମୁଖୀ ବ୍ରହ୍ମାଙ୍କ ମୂର୍ତ୍ତି ସ୍ଥାନ ପାଇଛି। ତେବେ ବିରଞ୍ଚି ନାରାୟଣଙ୍କ କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡୁଣୀ ମେଳାରେ ସୂର୍ଯ୍ୟ ପୂଜା କରି ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ବାସ ରହିଛି।

ପ୍ରସିଦ୍ଧ ଗୁଣ୍ଡୁଣୀ ମେଳାକୁ ରାଜ୍ୟର ବିଭିନ୍ନ  ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ବିରଞ୍ଚି ନାରାୟଣଙ୍କୁ ଦର୍ଶନ କରି ମାନସିକ ରଖିଥିବା ଫୁଲଛତା ସମର୍ପଣ କରିଥାଆନ୍ତି । ମେଳାରେ ଫୁଲଛତା ମାନସିକ କଲେ ସମସ୍ତ ଚର୍ମରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି କ୍ଷେତ୍ର ରାଜ୍ୟ ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଥିଲେ ମଧ୍ୟ ସମ୍ପ୍ରତି ମନ୍ଦିରଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଏହି ମନ୍ଦିର ଭୁଷୁଡ଼ି ପଡ଼ିବ ତାହା କହି ହେବ ନାହିଁ ବୋଲି ମନ୍ଦିରର ଟ୍ରଷ୍ଟି କହିଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହ ଯଥାଶୀଘ୍ର ପୁନରୁଦ୍ଧାର ପାଇଁ ଦାବି ଜଣାଇଛନ୍ତି।

ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର କେବେ ଦୃଷ୍ଟି ପକାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 ଶାନ୍ତନୁ ପଣ୍ଡାଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *