ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

() ୮ ଦଫା ଦାବି ନେଇ କ୍ଷତିଗ୍ରସ୍ତ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ରାଲିରେ ଗଂଜାମ ଜିଲ୍ଲାର ୩ ହଜାରରୁ ଉର୍ଦ୍ଧ୍ବ ଜମାକାରୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ଜମାକାରୀ ମାନେ ସହାରା ଇଣ୍ଡିଆର ବିଭିନ୍ନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ କ୍ଷତିଗ୍ରସ୍ଥ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ  ପ୍ରଦର୍ଶନ । ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ସାହାରରେ ଏବଂ ଅନ୍ୟାନ୍ୟ ଚିଟଫଣ୍ଡ କମ୍ପାନୀ ଦ୍ୱାରା କ୍ଷତି ସହିଥିବା  ଜମାକାରୀଙ୍କ ତୁରନ୍ତ ଟଙ୍କା ଫେରସ୍ତ ଦାବି । ପୂର୍ବରୁ ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବି ହୋଇଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହା ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଛି ମିଳିତ ମଞ୍ଚ ।  

ସାହାର ସମେତ ଅନ୍ୟନ୍ୟ ଚିଟଫଣ୍ଡ କମ୍ପାନୀର କୋଟି କୋଟି ଟଙ୍କା ଠକି ନେଇ ବିଭିନ୍ନ ସ୍ଥାନରେ ସମ୍ପତି କ୍ରୟ କରିଛନ୍ତି। ଗଂଜାମ ଜିଲ୍ଲାରେ କେବଳ ସାହାରାରେ ୨ ଲକ୍ଷ ଲୋକଙ୍କ ଟଙ୍କା ରହିଥିବାବେଳେ ଜିଲ୍ଲାପାଳ ଓ ଏସ୍ପି କାହିଁକି ଚୁପ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ।

ଗରିବ , ଖଟିକିଆ ,ଦିନମଜୁରିଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟଙ୍କା ଫେରସ୍ତ କରିବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବା ପାଇଁ ମିଳିତ ମଞ୍ଚ ପକ୍ଷରୁ ଦାବି ଜୋର ଧରିଛି।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *