ନେପାଳ ରାଷ୍ଟ୍ରପତି ନିର୍ବାଚନରେ ରାମଚନ୍ଦ୍ର ପୌଡ୍ୟାଲଙ୍କ ପଲା ଭାରି

କାଠମାଣ୍ଡୁ: ନେପାଳରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡ୍ୟାଲଙ୍କ ନାମ ଘୋଷଣା କରାଯାଇଛି। ରାମଚନ୍ଦ୍ରଙ୍କୁ ନେପାଳର ୮ ରାଜନୈତି ଦଳ ସମର୍ଥନ ଦେଇଥିବା ସୂଚନା ରହିଛି।

ମିଡିଆ ରିପୋର୍ଟ ମୁତାବକ, ୭୮ ବର୍ଷୀୟ ରାମଚନ୍ଦ୍ର ରାଷ୍ଟ୍ରପତି ହେବା ଏକପ୍ରକାର ସ୍ଥିର ହୋଇସାରିଛି। ସେ ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସ୍ଥାନ ନେବେ। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବାକୁ ଇଛାୟୀଙ୍କ ଫେବୃଆରୀ ୨୫ରେ ନିଜ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ମତଦାନ ମାର୍ଚ୍ଚରେ ହେବ।

ତେବେ ରାମଚନ୍ଦ୍ରଙ୍କୁ ୮ଟି ଦଳ ସମର୍ଥନ ଜଣାଇଛି। ସେ ମଧ୍ୟରେ ରହିଛି ନେପାଳ କଂଗ୍ରେସ, ସିପିଏନ- ମାଓବାଦୀ କେନ୍ଦ୍ର, ସିପିଏନ-ୟୁନିଫାଇଡ ସୋସିଆଲିଷ୍ଟ, ରାଷ୍ଟ୍ରୀୟ ଜନତା ଦଳ, ଲୋକତାନ୍ତ୍ରିତ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନମୋର୍ଚ୍ଚା, ନାଗରିକ ଉନ୍ମୁକ୍ତ ପାର୍ଟି ଓ ଜନମତ ପାର୍ଟି ମିଳିତ ହୋଇ ଏକ ବୈଠକରେ ରାମଚନ୍ଦ୍ରଙ୍କୁ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ରାଷ୍ଟ୍ରପତି ପଦ ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର ଓ ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ୟୁଏମଏଲ)ଙ୍କ ମଧ୍ୟରେ ମତଭେଦ ଲଗାତର ଜାରି ରହିଥିଲା।  ଆଗାମୀ ରାଷ୍ଟ୍ରପତିକୁ ନେଇ ନୂଆ ରୂପେ ସାଧାରଣ ସହମତି ଉପରେ ଜୋର ଦିଆଯାଉଥିଲା, ଯେତେବେଳେ ୟୁଏମଏଲ ତାଙ୍କ ସହ ଗତ ୨୫ ଡିସେମ୍ବରକୁ ହୋଇଥିବା ସହମତିରେ କାଏମ ଥିବା କହିଥିଲା।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *