ଅଶୋକାଷ୍ଟମୀରେ ଚଳଞ୍ଚଚଳ ହୋଇଛି ଯାଜପୁର ସିଦ୍ଧେଶ୍ୱର ପୀଠ

Spread the love

JAJ_ASHOKASTAMI_PKG

ଯାଜପୁରର ସିଦ୍ଧେଶ୍ୱର ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ । ବିଶ୍ୱାସ ରହିଛି ପବିତ୍ର ଅଶୋକାଷ୍ଟମୀରେ ବାବାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏହି ଅବସରରେ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ଅଶୋକାଷ୍ଟମି ଦିନ ଠାରୁ ସାତ ଦିନ ଧରି ଏଠାରେ ଏକ ମେଳା ଆୟୋଜନ କରାଯାଇଥାଏ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ଯାଜପୁରର ସିଦ୍ଧେଶ୍ୱରପୀଠ । ବିଶ୍ୱାସ ରହିଛି ଅଶୋକାଷ୍ଟମୀ ଦିନ ପ୍ରଭୁ ସିଦ୍ଧେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏହା ସହିତ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ପବିତ୍ର ବୈତରଣୀ ନଦୀରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଛୁଟିଆସିଛନ୍ତି ଏହି ସିଦ୍ଧେଶ୍ୱର ପୀଠକୁ । ଏଠାରେ ସାତ ଦିନ ଧରି ମେଳାର ଆୟୋଜନ ହୋଇଥାଏ । ଯେଉଁଠାରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ର ପସରା ମେଲିଥାଏ ।  ମେଳରେ ଶ୍ରଦ୍ଧାଳୁ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ବର୍ଷକୁ ଥରେ ପଡୁଥିବା ଏହି ମେଳା ଦେଖିବାକୁ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

ହିମାଂଶୁ କୁମାର ପାଢ଼ୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *