ଶୀଘ୍ର କରନ୍ତୁ ପ୍ୟାନକାର୍ଡ ଅପଡେଟ, ନହେଲେ ଆକାଉଣ୍ଟ ହେବ ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ସରକାରଙ୍କର ବିଭିନ୍ନ ବିଭାଗରେ ପରିବର୍ତ୍ତନ ଘଟିଛି ଓ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଲ ପି ଜିରୁ ଆରମ୍ଭ କରି ପଇସା ନେଣଦେଣ ପ୍ରକ୍ରିୟାର ନିୟମରେ ବିଭିନ୍ନ ପରିବର୍ତ୍ତନ ଘଟିଛି । ସେଥିମଧ୍ୟରୁ ଗୋଟେ ହେଉଛି ଆଧାରକାର୍ଡ ସହ ପ୍ୟାନକାର୍ଡ ଲିଙ୍କ । ସରକାରଙ୍କର କେନ୍ଦ୍ରୀୟ ଟିକସ ବୋର୍ଡ (CBDT) ଏବିଷୟରେ ସୂଚନା ପ୍ରଦାନ କରିଛନ୍ତି ଯେ ଯଦି ପ୍ୟାନକାର୍ଡ ଧାରୀମାନେ ନିର୍ଦ୍ଦାରିତ ସମୟ 31 ମାର୍ଚ୍ଚ ପୂର୍ବରୁ ପ୍ୟାନକାର୍ଡ ସହ ଆଧାରକାର୍ଡ ଲିଙ୍କ ନକରନ୍ତି ତେବେ ସେମାନେ ଟଙ୍କା କାରବାର ଓ ଟିକସ ସମ୍ୱନ୍ଧୀୟ ସୁବିଧା ସବୁରୁ ବଞ୍ଚିତ ହେବେ, ଅଥବା ସେମାନଙ୍କ ଆକଉଣ୍ଟ ବନ୍ଦ କରିଦିଆ ଯିବ ।

ସୂଚନା ଅନୁଯାୟୀ 61 କୋଟି ସ୍ଥାୟୀ ଆକାଉଣ୍ଟ ମଧ୍ୟରୁ କେବଳ 48କୋଟି ଲୋକଙ୍କର ଆଧାର ସହ ପ୍ୟାନକାର୍ଡ ଲିଙ୍କ ହୋଇଛି ବଳକା 13 କୋଟି ଲୋକଙ୍କର ଆଧାର ପ୍ୟାନ ଲିଙ୍କ ହୋଇନାହିଁ । ଯଦି 31 ମାର୍ଚ୍ଚ ପୂର୍ବରୁ ତାହା ନକରାଯାଏ ତେବେ ପ୍ୟାନକାର୍ଡ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ବନ୍ଦ କରିଦିଆଯିବ ପରେ ଆବେଦନ ବାବଦକୁ 1000 ଟଙ୍କା ଜରିମାନା ଦେବାକୁ ପଡିବ ।

ପୂର୍ବ ବର୍ଷରୁ କେନ୍ଦ୍ରୀୟ ଟିକସ ବୋର୍ଡ (CBDT) ଏହା ଉପରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ କି ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ୟାନ ଓ ଆଧାର ଲିଙ୍କ କରାନଯାଏ ତେବେ ସେମାନଙ୍କ ପ୍ୟାନ ବନ୍ଦ କରିଦିଆଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *