ଭୋପାଳ ଗ୍ୟାସ ଟ୍ରାଜେଡି: କେନ୍ଦ୍ରର ଯାଚିକା ଖାରଜ

ଭୋପାଳ: ୧୯୮୪ ଭୋପାଳ ଗ୍ୟାସ ଟ୍ରାଜେଡି ମାମଲାରେ କେନ୍ଦ୍ରକୁ ଝଟକା। ଗ୍ୟାସ ଟ୍ରାଜେଡିରେ ପୀଡିତଙ୍କ ଅନୁକମ୍ପା ରାଶି ବଢାଇବାକୁ କେନ୍ଦ୍ରର କ୍ୟୁରେଟିଭ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ କୋର୍ଟ କହିଛନ୍ତି କି, ଡାଉ କେମିକଲ୍ସ ସହ କୌଣସି ରାଜିନାମାକୁ ପୁନଃ ଖୋଲାଯାଇ ପାରିବ ନାହିଁ। କେନ୍ଦ୍ରର ପଦକ୍ଷେପ କୋର୍ଟଙ୍କୁ ନିରାଶ କରିଥିବା କହିଛନ୍ତି ଖଣ୍ଡପୀଠ।

ଭୋପାଳ ଗ୍ୟାସ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରୁ କେନ୍ଦ୍ରକୁ ମିଳିଛି ନିରାଶା। ମାମଲାରେ ଯାଚିକାର ପୁନଃ ଶୁଣାଣି କରିବାକୁ ରାଜି ହୋଇଗଲେ ପାଣ୍ଡୋରା ବାକ୍ସ ଖୋଲିଯିବ ବୋଲି କହିଛନ୍ତି କୋର୍ଟ। ଆରବିଆଇ ନିକଟରେ ୫୦ କୋଟି ଟଙ୍କା ପଡିଛି। ରାଜିନାମାର ତିନି ଦଶକ ପରେ ମାମଲାକୁ ଖୋଲା ଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି କି, ରାଜିନାମାକୁ କେବଳ ଧୋକାଧଡି ଆଧାରରେ ରଦ୍ଦ କରାଯାଇ ପାରିବ। ଭାରତ ସରକାର ଦ୍ବାରା ଠକେଇକୁ ନେଇ କୌଣସି ଦୃଷ୍ଟାନ୍ତ ଦିଆଯାଇନାହିଁ।

ସୁପ୍ରିମ କୋର୍ଟ ଆହୁରି କହିଛନ୍ତି କି, କେନ୍ଦ୍ର ପୂର୍ବରୁ ହିଁ କହିଥିଲା କି, ୟୁନିୟନ କାର୍ବାଇଡ କର୍ପୋରେଶନ ଦ୍ବାରା ଦିଆଯାଇଥିବା ରାଶି ପୀଡିତମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ପର୍ଯ୍ୟାପ୍ତ ଥିଲା।

ତେଣୁ ବର୍ତ୍ତମାନ କେନ୍ଦ୍ରର ଯାଚିକାରେ କୌଣସି ମେରିଟ ନାହିଁ। କାରଣ ୫୦ କୋଟି ଟଙ୍କା ଏବେ ମଧ୍ୟ ପଡି ରହିଛି। କୋର୍ଟ ଆହୁରି କେନ୍ଦ୍ର ଉପରେ ପ୍ରଶ୍ନ କରିଛନ୍ତି କି, ସରକାର ଅନୁକମ୍ପା ରାଶିରେ ହ୍ରାସ ଓ ବୀମା ପଲିସି ନେବାରେ ବିଫଳ ରହିଛି। ଏହା କେନ୍ଦ୍ର ପକ୍ଷରୁ ଘୋର ଦାୟିତ୍ବହୀନତା। ଦୁଇ ଦଶକ ପରେ ଏହି ମୁଦ୍ଦାକୁ ଉଠାଇବା ପାଇଁ କୌଣସି ତର୍କ ଉପସ୍ଥାପନ କରନ୍ତୁ। ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜିବ ଖାନ୍ନା, ଜଷ୍ଟିସ ଅଭୟ ଏସ ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ କେ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ଫତ୍ତି ଶୁଣାଇଛନ୍ତି।  

ସୂଚନା ଯୋଗ୍ୟ, ୟୁନିୟନ କାର୍ବାଇଡ ସହ ନିଜ ବୁଝାମଣାକୁ ପୁଣି ଖୋଲିବାକୁ କେନ୍ଦ୍ର ଏକ କ୍ୟୁରେଟିଭ ଯାଚିକା ଦାଖଲ କରିଥିଲା। ୧୨ ଜାନୁଆରୀକୁ ପାଞ୍ଚ ଜଣ ବିଚାରପତିଙ୍କ ସାମ୍ବିଧାନିକ ପୀଠ ରାୟ ସଂରକ୍ଷିତ ରଖିଥିଲେ। ତିନି ଦିନ ଧରି ଲଗାତର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଥିଲା। ଭୋପାଳ ଗ୍ୟାସ ବିସ୍ଫୋରଣ ମାମଲାରେ ପୀଡିତଙ୍କୁ ୭୪ଶହ କୋଟି ଟଙ୍କା ଅତିରିକ୍ତ ଅନୁକମ୍ପା ରାଶି ଦେବାକୁ କେନ୍ଦ୍ର ସରକାର ୨୦୧୦ରେ କ୍ୟୁରେଟିଭ ଯାଚିକା ଦାଖଲ କରିଥିଲା। ସରକାର ଚାହୁଁଛି କି ୟୁନିୟନ କାର୍ବାଇଡ ଗ୍ୟାସ କାଣ୍ଡ ପୀଡିତମାନଙ୍କୁ ଏହି ଟଙ୍କା ଦେଉ। ସେପଟେ ୟୁନିୟନ କାର୍ବାଇଡ କର୍ପୋରେସନରେ ସୁପ୍ରିମ କୋର୍ଟ କହିଥିଲେ କି, ସେ ୧୯୮୯ରେ ହୋଇଥିବା ରାଜିନାମା ବ୍ୟତୀତ ଭୋପାଳ ଗ୍ୟାସ ପୀଡିତମାନଙ୍କୁ ଆଉ ଗୋଟିଏ ବି ପଇସା ଦେବ ନାହିଁ

ଏହି ମାମଲାରେ ୨୦୨୨ ସେପ୍ଟେମ୍ବର ୨୦ରେ କେନ୍ଦ୍ରର ମୋଦି ସରକାରକୁ କୋର୍ଟରେ ଦାଖଲ କ୍ୟୁରେଟିଭ ଯାଚିକା ଉପରେ  ତାର ଦୃଷ୍ଟିଭଙ୍ଗି ପଚାରିଥିଲେ। ୨୦୧୦ରେ ତତ୍କାଳୀନ ମନମୋହନ ସରକାର ଦ୍ବାରା ଦାଖଲ ଯାଚିକା ଉପରେ କଣ ମତ ରଖିଛି। କେନ୍ଦ୍ର କହିଥିଲା କି, ଆମେରିକାର ୟୁନିୟନ କାର୍ବାଇଡ କମ୍ପାନୀ, ଯାହା ଏବେ ଡାୱ କେମିକାଲ୍ସର ସ୍ବାମୀତ୍ବ ଅଧୀନରେ ରହିଛି, ତାକୁ ଅତିରିକ୍ତ ୭୪୧୩ କୋଟି ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଉ।

ଡିସେମ୍ବର ୨୦୧୦ରେ ଦାୟର ଯାଚିକା ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୪ ଫେବୃଆରୀ ୧୯୮୯ ନିଷ୍ପତ୍ତି ଉପରେ ପୁନଃ ଯାଞ୍ଚ କରିବା ଆବଶ୍ୟକ। କାରଣ ସେଥିରେ ୭୫୦ କୋଟି ଟଙ୍କା ଅନୁକମ୍ପା ରାଶି ଦେବାକୁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାର ଅନୁଯାୟୀ, ପୂର୍ବର ବୁଝାମଣା, ମୃତ୍ୟୁ, ଆହତ ଓ କ୍ଷୟକ୍ଷତିକୁ ନେଇ ଭୁଲ ତଥ୍ୟ ଉପରେ ଦିଆଯାଇଥିଲା ଓ ଏହା ପରେ ପର୍ଯ୍ୟାବରଣ କ୍ଷୟକ୍ଷତିକୁ ଧ୍ୟାନରେ ରଖା ଯାଇ ନ ଥିଲା। ଏହି ଅନୁକମ୍ପା ୩୦୦୦ ମୃତ୍ୟୁ, ୭୦ ଆହତକୁ ନେଇ ହୋଇଥିଲା। କିନ୍ତୁ କ୍ୟୁରେଟିଭ ଯାଚିକାରେ ମୃତ୍ୟୁ ସଂଖ୍ୟା ୫,୨୯୫ ଓ ଆହତଙ୍କ ସଂଖ୍ୟା ୫,୨୭,୮୯୪ ଦର୍ଶାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *