କେରଳ ପାଇଲା ତାର ପ୍ରଥମ କିନ୍ନର ଓକିଲ

ତିରୁବନନ୍ତପୁରମ: କେରଳର ପ୍ରଥମ କିନ୍ନର ଓକିଲ ଭାବେ ନିଜ ନାମ ରାଜ୍ୟ ବାର କାଉନସିଲରେ ପଞ୍ଜିକରଣ କରିଛନ୍ତି ପଦ୍ମା ଲକ୍ଷ୍ମୀ। ଏହା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ପି ରାଜୀବ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହି ଓକିଲଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପଦ୍ମା ଲକ୍ଷ୍ମୀ ହେଉଛନ୍ତି ବାର କାଉସିଲର ୧୫ଶହ ଲ ସ୍ନାତକଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ରବିବାର ବାରକାଉନସିଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ପଦ୍ମା ଏର୍ନାକୁଲମ ଲ କଲେଜରୁ ନିଜ ଲ ଶିକ୍ଷା ସାରିଛନ୍ତି। ପୋଷ୍ଟରେ ମନ୍ତ୍ରୀ ଏହି ଯୁବ ଓକିଲ ଅତୀତରେ ସମାଜରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇଁ ଯେଉଁ ରାସ୍ତା ବାଛିଥିବା ରାସ୍ତା ସେଥି ପାଇଁ ପ୍ରଶଂସା କରିଛନ୍ତି। ନିଜ ଲକ୍ଷ୍ୟ ହାସଲ କରିବାକୁ ତାଙ୍କ ପାଖରେ କେହି ପଥପ୍ରଦର୍ଶକ ନାହିଁ। ପ୍ରତିବନ୍ଧକ ଅପର୍ଯ୍ୟାପ୍ତ । ଅନେକ ଲୋକଙ୍କ ତାଙ୍କ ସ୍ବର ବନ୍ଦ କରିବାକୁ ଓ ହତୋତ୍ସାହିତ କରିଥିଲେ ମଧ୍ୟ ପଦ୍ମା ଆଇନ ଇତିହାସରେ ନିଜର ନାମ ସାମିଲ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *