ଦେବୀ ନଦୀରେ ବୁଡି ୨ ଯୁବକ ନିଖୋଜ

ଜଗତସିଂହପୁର: ନଦୀରେ ଗାଧେଇବାବେଳେ ବୁଡିଯାଇ ୨ ଛାତ୍ର ନିଖୋଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟ ଦେବୀ ନଦୀରେ । ଘଟଣା ସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି।

ସୂଚନାଯୋଗ୍ୟ ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ଘର ଆମ୍ବଶାଳ ବାଲିକୁଦା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ତିନି ଜଣକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡିଛି । ସୂଚନା ମୁତାବକ ଆମ୍ବଶାଳ ବାଲିକୁଦା ଅଞ୍ଚଳର ଜଣେ ଛାତ୍ରଙ୍କ ଘରକୁ ଭୁବନେଶ୍ୱରର ତିନିଜଣ ଛାତ୍ର ବୁଲିବାକୁ ଯାଇଥିଲେ ।

ସେମାନେ ଆଜି ସକାଳେ ଦେବୀ ନଦୀ କୁ ଗାଧେଇବାକୁ ଯାଇଥିଲେ । ମାତ୍ର ସେଠାରେ ସାମାନ୍ୟ ଅସାବଧାନତା କାରଣରୁ ଚାରିଜଣ ଭାସିଯାଇଥିଲେ । ସେମାନଙ୍କୁ ଭାସିଯିବାର ଦେଖି ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ  ଏବଂ ଅନ୍ୟ ତିନିଜଣ ପାଣିର ସ୍ରୋତରେ ଭାସିଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *