ଯୁବକଙ୍କ ପ୍ରୟାସରେ ଟାଙ୍ଗରା ଭୂଇଁ ପାଲଟିଛି ଆମ୍ବ ବଗିଚା

BDP_UNIQUE_EFFORTS_OF_YOUNG BOY_PKG…

()ଉଦ୍ୟମୀ ଯୁବକଙ୍କ ନିଆରା ପ୍ରୟାସରେ ଟାଙ୍ଗରା ଭୂଇଁ ପାଲଟିଛି ଆମ୍ବ ବଗିଚା। ମାଟି ମାଆର ଅବଦାନ ଯୁଗେ ଯୁଗେ ରହି ଆସିଅଛି। ହେଲେ ଟାଙ୍ଗରା ଭୂଇରେ ଗଛ ସୃଷ୍ଟି ହେବା ବିଚିତ୍ର କଥା । ଆଉ ସବୁଠୁ ଆଶ୍ଚର୍ଯ୍ୟ ଯେ ଟାଙ୍ଗରା ଭୂଇଁରେ ଏକ ବନ୍ୟ ପରିବେଶ ସହିତ ପରିବେଶବିତ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଏକ ବିଶାଳ ଆମ୍ବ ବଗିଚା । ଯାହା ଏବେ ପ୍ରକୃତି ପ୍ରେମୀ ମାନଙ୍କୁ ଉତ୍ସାହ ଯୋଗାଇବା ସହିତ ଉଦାହରଣ ସୃଷ୍ଟି କରିଛି ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ଅଧୀନ ଥଇଳା ଅଞ୍ଚଳ। ଏହି ଅଞ୍ଚଳକୁ ଏବେ ନାହିଁ ନ ଥିବା ଲୋକଙ୍କ ଭିଡ ଲାଗିଛି ଆଉ ବିଶାଳ ଆମ୍ବ ବଗିଚାରେ କର୍ମ ନିଯୁକ୍ତି ପାଇଁ ବେକାର ଯୁବକ ମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହି 5 ଏକର ପରିଧି ଜମିରେ ସୃଷ୍ଟ ଆମ୍ବ ବଗିଚା ଉପରେ ଧାଡି ଧାଡ଼ି ହୋଇ ଲାଗିଛି ନାନା କିସମର ଆମ୍ବ ଗଛ ଆଉ ତା ସାଙ୍ଗରେ ଲାଗିଛି ନଡ଼ିଆ, ସୂର୍ଯ୍ୟମୁଖୀ ଓ ବିଭିନ୍ନ ପନିପରିବା ଗଛ। ସବୁଠୁ ବଡ଼ କଥା ଏହି ବଗିଚାରେ କାମ କରି କିଛି ଯୁବକ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ତେବେ ଉଦ୍ୟମୀ ଯୁବକ ମାନେ ପ୍ରଶାସନିକ ସହାୟତାରେ ଟାଙ୍ଗରା ଭୁଇଁରେ ଏଭଳି ଏକ ପରିବେଶ ସୃଷ୍ଟି କରିଥିବାରୁ ସ୍ଥାନୀୟ ବାସିନ୍ଦା ଓ ପରିବେଶବିତ ମାନେ ପ୍ରଶଂସା କରିଛନ୍ତି।

ଦିନ ଥିଲା ଏଇ ସ୍ଥାନକୁ ଦିନରେ ଆସିବାକୁ ଲୋକଙ୍କୁ ଡର ଲାଗୁଥିଲା। କେହି କେବେ ଭାବି ନ ଥିଲେ ଏଠି ଏମିତି ଏକ ପରିବେଶ ସୃଷ୍ଟି ହୋଇପାରିବ। ସତରେ ଏଭଳି ମନୋଲୋଭା ପରିବେଶ କବି ଗାଳ୍ପିକ ଆଉ ପାରିବେଶବିତ୍ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଆଜିର ଦିନରେ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଓଡ଼ିଶାରେ ଆଜିବି ଅନେକ ଭୁଇଁ ରହିଛି ଏମିତିକି କୌଣସି କାର୍ଯ୍ୟରେ ଲାଗୁନାହିଁ। ଯଦି ଏହି ଉଦ୍ୟାମୀ ଯୁବକ ମାନଙ୍କ ଭଳି କିଛି ନା କିଛି ସେଠାରେ କାର୍ଯ୍ୟ କରନ୍ତି। ତେବେ ଅନେକ ଲୋକ ରୋଜଗାରକ୍ଷମ ହେବା ସହିତ ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି ହୋଇ ପାରିବ।

ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *