ବିଷ୍ଣୁପୁର ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ପାଇଁ ଜିଲାପାଳଙ୍କ ଠାରେ ଦାବି

Spread the love

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ୍‌ର ବହୁ ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବାର ବିଜେପି ଅଭିଯୋଗ କରିଛି । ଏହି ବ୍ଲକ୍ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମପଞ୍ଚାୟତର ଅମୃତ ସରୋବର ଯୋଜନାରେ ପଦ୍ମପୁର ପୋଖରୀର ଉନ୍ନତିକରଣ ପାଇଁ ଏନଆରଇଜିଏସ୍‌ରେ ଆସିଥିବା ଅର୍ଥ ହଡପ କରାଯାଇଛି । ପୋଖରୀ ଖନନ କାର୍ଯ୍ୟକୁ ଶ୍ରମିକମାନଙ୍କ ଦ୍ୱାରା କରାନଯାଇ ମେସିନ୍ ସାହାଯ୍ୟରେ ଖନନ କାର୍ଯ୍ୟ ଚାଲିଛି । କିନ୍ତୁ କାଗଜପତ୍ରରେ ଦିନ ମଜୁରିଆଙ୍କ ନିଯୁକ୍ତି ଦର୍ଶାଇ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ୍ କରାଯାଉଛି । ଏହାବ୍ୟତୀତ ମେସିନ୍ ଦ୍ୱାରା ଖୋଦିତ ମାଟିକୁ ସରପ ଗ୍ରାମକମିଟିର ବିନା ଅନୁମୋଦନରେ ବିକ୍ରି କରି ସମସ୍ତ ଅର୍ଥକୁ ହଡପ କରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏହି ଅର୍ଥ ହଡପ ଘଟଣାରେ ବ୍ଲକ୍‌ର କିଛି ଅଧିକାରୀ ଭାଗୀଦାର ଥିବାରୁ ଅନିୟମିତତାକୁ ଘ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହି ଅନିୟମିତତା ସଂପର୍କରେ ଜିଲାପାଳ, ବିଡିଓ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ । ସେହିପରି ମୋ ପୋଖରୀ ଯୋଜନାରେ ବିଭିନ୍ନ ଛୋଟବଡ ପୋଖରୀ ଖନନ ପାଇଁ ଆସୁଥିବା ଅର୍ଥରେ ଗାଁର ଜବକାର୍ଡଧାରୀମାନେ ନିଯୁକ୍ତି ପାଉନାହାଁନ୍ତି । ମେସିନ୍ ସାହାଯ୍ୟରେ କାମ କରି ଦିନ ମଜୁରିଆଙ୍କୁ ଭୋକିଲା ରଖିବା ସହ ଏ ବାବଦରେ ମିଥ୍ୟା ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି ବୋଲି ସଂପୃକ୍ତ ଗ୍ରାମପ ।ୟତର ତପନ କୁମାର ପାତ୍ର, ବିଦ୍ୟାଧର ସେଠୀ, ଖଗେଶ୍ୱର ଜେନା, ସୁବାଷ ଚନ୍ଦ୍ର ଭୋଇ, ଶଶିକାନ୍ତ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଗତକାଲି ପୂର୍ବତନ ବିଜେପି ଜିଲା ସଭାପତି ବ୍ରଦୀ ନାରାୟଣ ଧଳଙ୍କ ନେତୃତ୍ୱରେ ଉପରୋକ୍ତ ବ୍ୟକ୍ତିମାନେ ଆସି ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି । ଏବଂ ଅର୍ଥ ହଡପ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆସନ୍ତା ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବତନ ବିଜେପି ସଭାପତି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *