ଆଜି ହେଉଛି ବିଶ୍ଵ ଐତିହ୍ୟ ଦିବସ

BBSR_HERITAGE DAY

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ଐତିହ୍ୟ ଦିବସ। ଐତିହ୍ୟ ଗୁଡିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କିନ୍ତୁ ଆଜିର ଆଧୁନିକୀକରଣ ସମାଜରେ ସୋନ୍ଦର୍ଯ୍ୟକରଣ ନାଁ ରେ ବଳି ପଡ଼ି ଯାଉଛି ରାଜଧାନୀର ଅନେକ ଐତିହ୍ୟ କୀର୍ତ୍ତି ।

 ମନ୍ଦିର ମାଳିନୀ ଓଡ଼ିଶାର ରାଜଧାନୀ। ଅନେକ ପୁରୁଣା ମନ୍ଦିର ଥିବା ବେଳେ ରହିଛି ବହୁ ପୁରାତନ ବର୍ଷ ର ଐତିହ୍ୟ କୀର୍ତ୍ତି। ଏକାମ୍ର କ୍ଷେତ୍ର ରାଜଧାନୀ ଭୁବନେଶ୍ବରର ଐତିହ୍ୟକୁ ସମୃଦ୍ଧ କରେ। କିନ୍ତୁ ବର୍ତ୍ତମାନ ସୌନ୍ଦର୍ଯ୍ୟକରଣ ନା ରେ ବଳି ପଡିଯାଉଛି ଅନେକ ଐତିହ୍ୟ କୀର୍ତ୍ତି । ଏକାମ୍ର କ୍ଷେତ୍ରରେ ଅନେକ ଛୋଟ ବଡ଼ ମନ୍ଦିର ଥିବା ବେଳେ ସେଥିମଧରୁ ମେଘେଶ୍ଵର ଓ ବ୍ରହ୍ମେଶ୍ୱର ମନ୍ଦିର ଅନ୍ୟତମ। ବହୁ ପ୍ରାଚୀନ କାଳରୁ ଏହି ଦୁଇ ପ୍ରାଚୀନ ଐତିହ୍ୟ କୀର୍ତ୍ତିକୁ ଦେଖିବା ଲାଗି ବହୁ ସ୍ଥାନରୁ ଲୋକ ଆସିଥାନ୍ତି। କିନ୍ତୁ ଐତିହ୍ୟ କୀର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକ ତ ଦୂର ର କଥା ଅଧିକାଂଶ ସମୟରେ ଠାକୁର ମଧ୍ୟ ପୂଜା ପାଇ ନଥାନ୍ତି। ସବୁ ଠାରୁ ବଡ଼କଥା ବର୍ଷା ଦିନ ହେଲେ ମନ୍ଦିର ମଧ୍ୟକୁ ସହରର ନାଳ ନର୍ଦ୍ଦମା ପାଣି ପଶି ଜମି ରହିଥାଏ ।

ଐତିହ୍ୟ ଗୁଡିକ କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ ତାହା କେବଳ କାଗଜ କଲମରେ ସିମୀତ ରହିଯାଉଛି। ଅନ୍ୟପଟେ ସୋନ୍ଦର୍ଯ୍ୟକରଣ ଲାଗି ଭୁବନେଶ୍ୱରରେ ଅନେକ ପ୍ରାଚୀନ କୀର୍ତ୍ତି ମାଟିରେ ମିଶିଯିବାକୁ ବସିଲାଣି ବୋଲି ପରିବେଶବିତ ମାନେ ଅଭିଯୋଗ କରିଛନ୍ତି । ଏନେଇ ଏସଆଇ ଅଧୀକ୍ଷକ ସୁଶାନ୍ତ କର କହିଛନ୍ତି ଖୁବ ଶୀଘ୍ର ସେଠାରେ ଡ୍ରେନେଜ୍ ସିଷ୍ଟମକୁ ପରିବର୍ତନ କରିଦିଆଯିବ। ଏଥିଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ସହ ବିଏମସି ଓ ବିଡ଼ିଏ କୁ ମଧ୍ୟ ଜଣାଇ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *