କେନ୍ଦୁଝରରେ ଦନ୍ତାହାତୀର ଉତ୍ପାତ :ଭାଙ୍ଗିଲା ଘର ଓ ନଷ୍ଟକଲା କଦଳୀବଗିଚା

କେନ୍ଦୁଝର : କେନ୍ଦୁଝରରେ ବଣୁଆ ହାତୀଙ୍କର ଉପଦ୍ରବ କମିବାର ନାମ ଧରୁନାହିଁ । ପ୍ରାୟ ସମୟରେ ବଣୁଆ ହାତୀଙ୍କର ଉପଦ୍ରବ ଲାଗି ରହୁଛି । କେତେବେଳେ  ଦଳବଦ୍ଧ ହାତୀଙ୍କର ଉପଦ୍ରବ ତ ଆଉ କେତେବେଳେ ଦନ୍ତା ହାତୀର ଉପଦ୍ରବ । ଏବେ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ ଅଂଚଳରେ ଗୋଟିଏ ଗୋଠଛଡା ଦନ୍ତାହାତୀ ମାତିଥିବା ବେଳେ ସମଗ୍ର ଅଂଚଳରେ ଏକ ଅଜଣା ଭୟର ବାତା ବରଣ ସୃଷ୍ଟି  ହୋଇଛି । ଦନ୍ତାହାତୀଟି ମଙ୍ଗଳବାର ଭୋର ସମୟରେ ଘଟଗାଁ ରେଞ୍ଜରୁ ଆସି ପାଟଣା ରେଞ୍ଜରେ ଉପଦ୍ରବ ଆରମ୍ଭ କରିଛି । ପାଟଣା ରେଞ୍ଜରେ ୪ ଟି ପରିବାର ଙ୍କର ଘର ଭାଙ୍ଗି ସେମାନଙ୍କର ସଂଚିତ ଧାନ ଚାଉଳ ଖାଇଯାଇଥିଲେ ମଧ୍ୟ  ପରିବାର ଲୋକମାନେ ଅଳ୍ପକେ ବର୍ତିଯାଇଥିଲେ ।  ତେଲକୋଇ ରେଞ୍ଜର ମଲ୍ଲୀପଶି  ବିଟର ରାମଚନ୍ଦ୍ରପୁର ସୁମି ମୁଣ୍ଡାଙ୍କ  ଘର ଉପରେ ଆକ୍ରମଣ କରି ଦନ୍ତାଟି ତାଙ୍କର ଦୁଇ ବଖରା ଖପର ଘର ଭାଙ୍ଗି ଦେଇଥିବା ବେଳେ ଧନୁର୍ଜୟପୁର ଗାଁର ବିରାମ ମାଝୀଙ୍କର ଗୋଟିଏ ଘର ଏବଂ ଟଙ୍କଧର ମହାନ୍ତଙ୍କର ଟାଇଲ ଘର ସହ ଗୋବରବେଡା ଗ୍ରାମର ଦିବାକର ମହାନ୍ତଙ୍କ ଟାଇଲ ଛପର ଘରକୁ ମଧ୍ୟ ଭାଙ୍ଗି ଦେଇଛି । ଏବଂ ରାମଚନ୍ଦ୍ରପୁର ଗାଁର ତନୁ ନାଏକଙ୍କ କଦଳୀ ବଗିଚାକୁ ସଂପୁର୍ଣ୍ଣ ନଷ୍ଟ କରିଦେଇଛି । ମଙ୍ଗଳବାର ଦିନ ହାତୀଟି ଜମୁନାପଶି ଜଙ୍ଗଲରେ ଡେରା ପକାଇଥିବା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେବା ସହ କ୍ଷତିଗ୍ରସ୍ତ ଲୋକଙ୍କର କ୍ଷୟକ୍ଷତି ଆକଳନ କରାଯିବା ପରେ କ୍ଷତି ପୁରଣ ଦିଆଯିବ ବୋଲି କହିଛନ୍ତି । ଜମୁନାପଶି ଜଙ୍ଗଲରେ ଡେରା ପକାଇଥିବା ଦନ୍ତା ଟି ଗତକାଲି ସଂଧ୍ୟା  ସମୟରେ ବଡପାଟଣା ପଂଚାୟତ ମାଧପୁର ଗ୍ରାମରେ ପ୍ରବେଶ କରି ସୁହାଗ ନାଏକ ଓ ଦାଶରଥି ମୁଣ୍ଡାଙ୍କର ଘର ଭାଙ୍ଗିଛି । ଫଳରେ ଲୋକମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ପରେ ପରେ ଦନ୍ତା ହାତୀଟି ବେଗନା ଗ୍ରାମରେ ନରହରି ସେଠୀ ଓ ଆର୍ତତ୍ରାଣ ସେଠୀଙ୍କର ଘରର ପ୍ରାଚୀର ଭାଙ୍ଗି ଦେଇଛି । ଅନୁରୁପ ଭାବେ ସିଲିପଦା ଗ୍ରାମର ଗୁଣନିଧି ମହାନ୍ତ , ମାଳତୀ ମହାନ୍ତ , ବଲାଣୀପଶି ଗ୍ରାମର ଦମୟନ୍ତୀ ମହାନ୍ତ ଓ ଖୁଟାଂପଡା  ଗ୍ରାମର  ଗହ୍ମା ମୁଣ୍ଡାଙ୍କର ଘରକୁ ମଧ୍ୟ ଦନ୍ତା ଭାଙ୍ଗି ଦେଇଛି । ଏବଂ ଏବେ ବଡଦେଉଳି ଜଙ୍ଗଲରେ ଡେରା ପକାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଫଳରେ ଅଂଚଳବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ଲାଗି ରହିଛି । ତୁରନ୍ତ ବନ ବିଭାଗ ହାତୀଟିକୁ ସେ ଅଂଚଳରୁ ତଡି ଦେବାକୁ ସେମାନେ ଦାବୀ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *