ଭୁବନେଶ୍ୱର : ଶିକ୍ଷକମାନଙ୍କର ପରମାନେଟ ରିଟାୟରମେଂଟ ଏକାୁଉଟ ନମ୍ବର ଖୋଲିବା ପାଇଁ ନୟାଗଡ ଜିଲ୍ଲା ଟ୍ରେଜରି ଅଫିସର ଦୁର୍ଗା ପ୍ରସାଦ ମହାପାତ୍ର ଲାଂଚ ନେଉଥିବା ସମୟରେ ଭିଜିଲାସ ହାତରେ ଧରା ପଡିଛନ୍ତି ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡିଶା ଆଇଟି ଡିପାର୍ଟମେଂଟ ଅଧିନରେ ଥିବା ପ୍ରାନ ସେଂଟର ଭୁବନେଶ୍ୱରରେ ୧୬୧ ଜଣ ଶିକ୍ଷକଙ୍କର ପରମାନେଟ ରିଟାରମେଂଟ ଏକାୁଉଟ ନମ୍ବର ଖୋଲିବା ପାଇଁ ଜିଲ୍ଲା ଟ୍ରେଜରି ଅଫିସର ଜୁନିଅର ଷେ୍ଟନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର ପ୍ରତ୍ୟେକ ଶିକ୍ଷକ ପିଛା ୩୦୦ ଟଙ୍କ । ହିସାବରେ ୪୮ ହଜାର ଟଙ୍କା ଶିକ୍ଷକ ମାନଙ୍କଠାରୁ ଦାବିକରିଥିଲେ । ସେମାନେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ତାଙ୍କୁ ଜାଲରେ ପକାଇବାକୁ ଯୋଜନା କରା ଯାଇଥିଲା । ଶିକ୍ଷକମାନଙ୍କଠାରୁ ଦର୍ଗା ପ୍ରସାଦ ଶୁକ୍ରବାରଦିନ ୪୮ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ପୁର୍ବ ନିର୍ଧାରିତ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ । ମହାପାତ୍ରଙ୍କ ଠାରୁ ଧରା ପଡିଥିବା ସମସ୍ତ ଟଙ୍କା ରିକଭରି କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now